Latest Odisha News

ଗେମିଂ ଜୋନରେ ଅଗ୍ନିକାଣ୍ଡ, ୨୦ ମୃତ୍ୟୁ

ରାଜକୋଟ: ଗୁଜୁରାଟ ରାଜକୋଟର ଥିବା ଏକ ଗେମିଂ ଜୋନରେ ଅଗ୍ନିକାଣ୍ଡ ଘଟି ୨୦ ଜଣଙ୍କର ମୃତ୍ୟୁ ହୋଇଛି । ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଏହା ସହିତ ସହରର ସମସ୍ତ ଗେମିଂ ଜୋନ୍ ବନ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛି ପ୍ରଶାସନ । ଦୁର୍ଘଟଣାରେ ଏଯାବତ୍ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ସନ୍ଦେହ କରାଯାଉଛି । ଏବେବି କିଛି ଲୋକ ଗେମିଂ ଜୋନରେ ଫସି ରହିଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, କାଲାଭାଡ ରୋଡର ଟିଆରପି ଗେମୀଁ ଜୋନରେ ଘଟିଛି ଏହି ଘଟଣା । ନିଆଁ ଲାଗିବା ପରେ ୫ କିଲୋମିଟର ଦୂର ଯାଏଁ କଳା ଧୂଆଁ ଦେଖାଯାଉଥିଲା। ନିଆଁ ଲାଗିବା କଥା ଜାଣି ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ଲୋକେ । ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଜାରି ରଖିଛନ୍ତି । ଅନେକ ଲୋକଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ ଘଟଣାରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ସନ୍ଦେହ କଲରାଯାଉଛି ।

ଅନ୍ୟପଟେ ଏନେଇ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ‘ଏକ୍ସ’ରେ କହିଛନ୍ତି, “ରାଜକୋଟରେ ଗେମ୍ ଜୋନରେ ଅଗ୍ନିକାଣ୍ଡ ଘଟଣାରେ ମୁଁ ଅତ୍ୟନ୍ତ ଦୁଃଖିତ । ତୁରନ୍ତ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ମ୍ୟୁନିସିପାଲିଟି କର୍ପୋରେସନ୍ ଏବଂ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଆହତଙ୍କ ଚିକିତ୍ସା ଚାଲିଯାଇଛି।

Leave A Reply

Your email address will not be published.