Latest Odisha News

BREAKING NEWS

୨୦୧୬ ଡବଲ୍ ମର୍ଡର ଘଟଣା: ପୂର୍ବତନ ବିଜେଡି ନେତାଙ୍କୁ ରିମାଣ୍ଡରେ ନେଲା ଛତିଶଗଡ ପୋଲିସ

ରାୟଗଡ/ଭୁବନେଶ୍ୱର: ଏକ ଡବଲ୍ ମର୍ଡର ଘଟଣାରେ ରାୟଗଡର ସ୍ଥାନୀୟ କୋର୍ଟ ବହିଷ୍କୃତ ବିଜେଡି ନେତା ତଥା ଓଡିଶାର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ୩ ଦିନିଆ ରିମାଣ୍ଡରେ ନେବା ଲାଗି ଛତିଶଗଡ ପୋଲିସକୁ ଅନୁମତି ଦେଇଛନ୍ତି ।

କଳ୍ପନା ଦାସ ଓ ତାଙ୍କ ୧୪ ବର୍ଷୀୟ ଝିଅକୁ ହତ୍ୟା କରିବା ଅଭିଯୋଗରେ ଗତ ଫେବୃଆରୀ ୧୩ ତାରିଖରେ ଶ୍ରୀ ସାଏକୁ ଗିରଫ କରାଯାଇଥିଲା । ଛତିଶଗଡର ରାୟଗଡା ଜିଲ୍ଲାସ୍ଥିତ ସବାରୀ ପ୍ଲାଣ୍ଟ ନିକଟରେ ଏହି ଡବଲ୍ ମର୍ଡର ହୋଇଥିଲା ।

ପୂର୍ବତନ ବିଧାୟକ ଜଣକ ଗତ ୨୦୧୬ ଯାଏଁ ସମ୍ପୃକ୍ତ ମହିଳାଙ୍କ ସହ ଲିଭ-ଇନ୍ ରିଲେସନସିପରେ ରହିଥିଲେ । ପରେ ମହିଳା ଜଣକ ବିବାହ ଲାଗି ଜିଦ୍ ଧରିବା ସହ ସମ୍ପତ୍ତିରୁ ମଧ୍ୟ ଭାଗ ମାଗିଥିଲେ । ଯାହାଫଳରେ ଶ୍ରୀ ସାଏ ତାଙ୍କୁ ହତ୍ୟା କରିବା ସହ ପ୍ରମାଣ ନଷ୍ଟ ଲାଗି ସେମାନଙ୍କ ଉପରେ ଗାଡି ଚଢାଇ ଦେଇଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

ଏହାମଧ୍ୟରେ ଜଣେ ସବ୍‌-ଇନସପେକ୍ଟରଙ୍କ ନେତୃତ୍ୱରେ ରାୟଗଡ ପୋଲିସର ଏକ ଟିମ୍ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତରାଷ୍ଟ୍ରୀୟ ଏୟାରପୋର୍ଟରେ ପହଞ୍ଚି ନିର୍ଦ୍ଦେଶକ ବିବି ରାଓଙ୍କୁ ସାକ୍ଷାତ କରିଥିଲେ । ଭୁବନେଶ୍ୱରରୁ ଅନ୍ୟ ଗନ୍ତବ୍ୟସ୍ଥଳୀକୁ ଶ୍ରୀ ସାଏଙ୍କର ବିମାନ ଯାତ୍ରା ସମ୍ବନ୍ଧୀୟ ଉଡାଣ ନେଇ ପୋଲିସ ଟିମ୍ ଏକ ରିପୋର୍ଟ ମଧ୍ୟ ମାଗିଥିବା ନେଇ ସୁତ୍ରରୁ ପ୍ରକାଶ ।

ଖାସକରି ଏହି ମାମଲାର ଛାନଭିନ୍ନ କରିବା ସହ ଅନ୍ୟ ଏକ ପୋଲିସ ଟିମ୍ ବ୍ରଜରାଜନଗର କ୍ୟାମ୍ପରେ ରହି ସ୍ଥାନୀୟ ଲୋକଙ୍କ ଠାରୁ ଅଧ୍ଚଳ ତଥ୍ୟ ହାସଲ କରୁଥିବା ଜଣାପଡିଛି ।

Leave A Reply

Your email address will not be published.