Latest Odisha News

BREAKING NEWS

ଓଡ଼ିଶା ବଜେଟ୍ ୨୦୨୦: ଆଇପ୍ୟାଡରେ ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ

ଭୁବନେଶ୍ୱର: ପ୍ରଥମ ଥର ପାଇଁ ଓଡ଼ିଶା ବିଧାନସଭାରେ ଇ-ବଜେଟ୍ ଉପସ୍ଥାପନ ହୋଇଛି । ଆଇପ୍ୟାଡ୍‌ରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ୍ ଉପସ୍ଥାପନ କରିଛନ୍ତି । ତେବେ ଚଳିତ ବର୍ଷ ୧ଲକ୍ଷ ୫୦ ହଜାର କୋଟିର ବଜେଟ୍ ସ୍ଥିର କରିଛନ୍ତି ରାଜ୍ୟ ସରକାର । ଏଥିରେ ରାଜ୍ୟର ଉନ୍ନତି ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରକୁ ସରକାର ଦୃଷ୍ଟିରେ ରଖି ବଜେଟ୍ ଘୋଷଣା କରିଛନ୍ତି ।
ଚଳିତ ବର୍ଷ ୨ଟି ସ୍ୱତନ୍ତ୍ର ବଜେଟ୍ ଉପସ୍ଥିତ ହୋଇଛି । ଜେଣ୍ଡର ବଜେଟ୍ ଓ ଚାଇଲ୍ଡ ବଜେଟ୍‌କୁ ଅର୍ଥମନ୍ତ୍ରୀ ଉପସ୍ଥାପନ କରିଛନ୍ତି । ୨୦୧୯-୨୦ ଆର୍ଥିକ ବର୍ଷରେ ଓଡ଼ିଶାର ଅଭିବୃଦ୍ଧି ହାର ୬.୧୬ ପ୍ରତିଶ ହେବ । ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୭.୫ ପ୍ରତିଶତ ରହିବା ସମ୍ଭାବନା ରହିଛି । ତେବେ କୃଷି ବଜେଟ୍ ପାଇଁ ୧୯ ହଜାର ୪ଶହ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ମୁଖ୍ୟତଃ କାଳିଆ ଯୋଜନା ପାଇଁ ୩, ୧୯୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ।

Leave A Reply

Your email address will not be published.