Latest Odisha News

BREAKING NEWS

ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ୍ ପୁରସ୍କାର

ଷ୍ଟକ୍‌ହାମ୍‌: ସ୍ୱିଡେନର ରୟାଲ୍ ବିଜ୍ଞାନ ଏକାଡେମୀ ପକ୍ଷରୁ ଚଳିତ ବର୍ଷ ପଦାର୍ଥ ବିଜ୍ଞାନରେ ୩ ଜଣଙ୍କ ନାମ ନୋବେଲ୍ ପୁରସ୍କାର ପାଇଁ ଘୋଷଣା କରାଯାଇଛି ।

ସେମାନଙ୍କ ମଧ୍ୟରେ ରହିଛନ୍ତି- ରୋଜର ପେନରୋସ୍‌, ରାଇନହାର୍ଡ ଗେନଜେଲ୍ ଓ ଆନ୍ଦ୍ରେ ଗେଜ । ଯେଉଁମାନେକି ଅନ୍ତରୀକ୍ଷରେ ଥିବା ବ୍ଲାକହୋଲର ସନ୍ଧାନ କରିଥିଲେ ।

ସୂଚନାନୁଯାୟୀ ୧୯୩୧ ମସିହାରେ ବ୍ରିଟେନରେ ଜନ୍ମିତ ରୋଜର ପେନରୋସ୍ ପ୍ରମାଣିତ କରିଥିଲେ ଯେ ବ୍ଲାକ୍ ହୋଲ (କୃଷ୍ଣ ଗର୍ତ୍ତ)ର ନିର୍ମାଣକୁ ଆଲବର୍ଟ ଆଇନଷ୍ଟାଇନଙ୍କ ସାଧାରଣ ଆପେକ୍ଷିକ ତତ୍ୱ ଅନୁଯାୟୀ ବୁଝାଯାଇ ପାରିବ । ସେହିପରି ଅନ୍ୟ ଦୁଇ ଜଣ ଆକାଶଗଙ୍ଗାର କେନ୍ଦ୍ରରେ ଅବସ୍ଥିତ ବ୍ଲାକହୋଲ ଖୋଜିବା ପାଇଁ ସମ୍ମାନିତ ହେବେ ବୋଲି ଗଣମାଧ୍ୟମ ସୁତ୍ରରୁ ପ୍ରକାଶ ।

ତେବେ ୨୦୨୦ ମସିହାରେ ପଦାର୍ଥ ବିଜ୍ଞାନରେ ନୋବେଲ୍ ପୁରସ୍କାର ମିଳିତ ଭାବରେ ଏହି ୩ ଜଣଙ୍କୁ ଦିଆଯିବ । ଯାହା ଫଳରେ ପୁରସ୍କାର ରାଶିର ଅଧା ରୋଜର ପେନରୋସ୍ ପାଇବାକୁ ଥିବା ରାଇନହାର୍ଡ ଗେନଜେଲ୍ ଓ ଆନ୍ଦ୍ରେ ଗେଜଙ୍କୁ ଆଉ ବାକି ଅର୍ଥରାଶି ପ୍ରଦାନ କରାଯିବ ।

ଅଧିକ ପଢନ୍ତୁ- ୨୦୨୦ ବର୍ଷ ଚିକିତ୍ସା କ୍ଷେତ୍ରରେ ସର୍ବୋତ୍ତମ ସେବା ପ୍ରଦାନ ପାଇଁ ମିଳିଲା ନୋବେଲ୍ ସମ୍ମାନ; ଜାଣନ୍ତୁ କିଏ ପାଇଲେ ଏହି ସମ୍ମାନ

Leave A Reply

Your email address will not be published.