Latest Odisha News

BREAKING NEWS

୨୦୨୦ ବର୍ଷ ଚିକିତ୍ସା କ୍ଷେତ୍ରରେ ସର୍ବୋତ୍ତମ ସେବା ପ୍ରଦାନ ପାଇଁ ମିଳିଲା ନୋବେଲ୍‌ ପୁରସ୍କାର; ଜାଣନ୍ତୁ କିଏ ପାଇଲେ ଏହି ସମ୍ମାନ

ନୂଆଦିଲ୍ଲୀ: ବୈଜ୍ଞାନିକ ହାର୍ଭେ ଜେ ଅଲ୍ଟର, ମାଇକେଲ୍‌ ହ୍ୟୁଟନ୍‌ ଏବଂ ଚାର୍ଲସ୍‌ ଏମ୍‌ ରାଇସ୍‌ଙ୍କୁ ମେଡିସିନ୍‌ କ୍ଷେତ୍ରରେ ୨୦୨୦ ବର୍ଷ ପାଇଁ ନୋବେଲ୍‌ ପୁରସ୍କାର ପ୍ରଦାନ କରାଯାଇଛି।

ଚିକିତ୍ସା କ୍ଷେତ୍ରରେ ଅଗ୍ରଣୀ ଅବଦାନ ଅର୍ଥାତ୍ ‘ହେପାଟାଇଟିସ୍‌ ସି’ର ଆବିଷ୍କାର ‌ଯୋଗୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ନୋବେଲ୍‌ ପୁରସ୍କାର କମିଟି ପକ୍ଷରୁ ଟ୍ବିଟର୍‌ରେ କୁହାଯାଇଛି ଯେ ରକ୍ତ ଜନିତ ହେପାଟାଇଟିସ୍‌ ସମଗ୍ର ବିଶ୍ବର ଲୋକମାନଙ୍କଠାରେ ସିରୋସିସ୍‌ ଏବଂ ଯକୃତ କର୍କଟର ଏକ ମୂଳ କାରଣ।

ଏହି ତିନି ଜଣ ବୈଜ୍ଞାନିକ ଏହାର ମୁକାବିଲା ପାଇଁ ନିର୍ଣ୍ଣାୟକ ସହଯୋଗ କରିଥିଲେ। ଏହି ପୁରସ୍କାର ନୋବେଲ୍‌ ଫାଉଣ୍ଡେସନ୍‌ ଦ୍ବାରା ପ୍ରଦାନ କରାଯାଇଥାଏ।

ଏହାକୁ ବୈଜ୍ଞାନିକ ଆଲ୍‌ଫ୍ରେଡ୍‌ ବନାର୍ଡ ନୋ‌ବେଲ୍‌ଙ୍କ ସ୍ମୃତିରେ ଦିଆଯାଇଥାଏ। ମୃତ୍ୟୁ ପୂର୍ବରୁ ସେ ତାଙ୍କ ସମ୍ପତ୍ତିର ବଡ଼ ଅଂଶ ଏକ ଟ୍ରଷ୍ଟକୁ ଦାନ କରିଥିଲେ।

ତାଙ୍କର ଇଚ୍ଛା ଥିଲା ଯେ ମାନବଜାତି ପାଇଁ ସର୍ବୋତ୍ତମ ସେବା ପ୍ରଦାନ କରୁଥିବା ଲୋକଙ୍କୁ ପ୍ରତିବର୍ଷ ଏହି ସମ୍ମାନରେ ସମ୍ମାନିତ କରାଯାଉ। ପ୍ରଥମ ନୋବେଲ୍‌ ଶାନ୍ତି ପୁରସ୍କାର ୧୯୦୧ରେ ଦିଆଯାଇଥିଲା।

Leave A Reply

Your email address will not be published.