Latest Odisha News

BREAKING NEWS

ସେଞ୍ଚୁରିଅନ୍ ୟୁନିଭରସିଟି ପକ୍ଷରୁ ଭର୍ଚୁଆଲ୍ କନଭୋକେସନରେ ଶ୍ରୀଧରା ପାନିକର୍ ସୋମନାଥଙ୍କୁ ସମ୍ମାନଜନକ ଡକ୍ଟରେଟ୍ ପ୍ରଦାନ

ଭୁବନେଶ୍ୱର : ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ (CUTM)ର ଅଷ୍ଟମ ଭର୍ଚୁଆଲ୍ କନଭୋକେସନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିକ୍ରମ ସରାଭାଇ ସ୍ପେଶ୍ ସେଣ୍ଟରର ନିର୍ଦ୍ଦେଶକ ଡ ଶ୍ରୀଧର ପାନିକର୍ ସୋମନାଥଙ୍କୁ ସମ୍ମାନଜନକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯାଇଛି ।

ଡ. ସୋମନାଥ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କୁ ଅଧିକରୁ ଅଧିକ ଶିକ୍ଷାଗ୍ରହଣ କରି, ନିଜକୁ ଅଧିକରୁ ଅଧିକ ଗବେଷଣା କ୍ଷେତ୍ରରେ ନିୟୋଜିତ କରି ପୁନଃଉଦ୍ଭାବନ କରିବାକୁ ଗୁରୁତ୍ୱ ଦେଇଥିଲେ । ମହାକାଶ ଗବେଷଣା କ୍ଷେତ୍ରରେ ଦେଶର ଅନେକ ସଫଳତା ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନଙ୍କୁ ଡିଗ୍ରୀ ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ରାଜ୍ୟପାଳ ନିରନ୍ତର ଭାବରେ ପାରମ୍ପରିକ ତଥା ଧନ୍ଦାମୂଳକ ଶିକ୍ଷା ସହ ସାମାଜିକ ଉଦ୍ୟୋଗୀ ଦିଗରେ ବିଶ୍ୱବିଦ୍ୟାଳୟର ଉଦ୍ୟମକୁ ପ୍ରଶଂସା କରିଥିଲେ ।

ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟର କୁଳପତି ଡ. ସୁପ୍ରିୟା ପଟ୍ଟନାୟକ ବିଶ୍ୱବିଦ୍ୟାଳୟର ଦକ୍ଷତା ସମନ୍ୱିତ ତଥା ଅଭିଜ୍ଞ ଶିକ୍ଷାଗତ ଯୋଗ୍ୟତା, ପ୍ରୟୋଗ ଗବେଷଣା ଉପରେ ଆଲୋକପାତ କରିଥିଲେ । ବିଶ୍ୱବିଦ୍ୟାଳୟର ୭୦ ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବା ସୂଚନା ଦେଇଥିଲେ ।

ଚଳିତ ବର୍ଷ ମୋଟ ୩୨ ଟି ବିଷୟରେ ୨୨୦୦ ରୁ ଅଧିକ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଛନ୍ତି। ଏଥିସହ ବିଭିନ୍ନ ବିଭାଗରେ ୮ ଟି ପିଏଚ୍‌ଡି ଡିଗ୍ରୀ, ୧୦ଟି ସ୍ୱର୍ଣ୍ଣ ପଦକ ଏବଂ ୪୨ ଟି ମେରିଟ୍ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି । ବିଶ୍ୱବିଦ୍ୟାଳୟର ସଭାପତି ପ୍ରଫେସର ମୁକ୍ତିକାନ୍ତ ମିଶ୍ର ଏବଂ ଉପସଭାପତି ପ୍ରଫେସର ଡି.ଏନ୍ ରାଓ ପ୍ରମୁଖ ଏହି ଉତ୍ସବରେ ଯୋଗ ଦେଇଥିଲେ।

Leave A Reply

Your email address will not be published.