ପୁରୀ: ଆଉ ଦିନକ ପରେ ୨୦୨୧ ବିଦାୟ ନେଇଯିବ । ମୋଟାମୋଟି ଭାବେ ଦେଖିବାକୁ ଗଲେ ଏ ବର୍ଷ ଓଡିଶା କ୍ରୀଡାର ଏକ ସଫଳ ବର୍ଷ କହିଲେ ଭୁଲ ହେବନି । ଅଲିମ୍ପିକ ପଦକ ଖାତାରେ ନାମ ଯୋଡି ହେବାଠାରୁ ଆରମ୍ଭ କରି ଅନେକ କିଛି ଘଟିଯାଇଛି, ଯାହା କି ଆମକୁ ଗୌରବାନ୍ୱିତ କରିଛି । କ୍ରିକେଟ, ଦୂତି ଚାନ୍ଦ ଆଶା ପୂରଣ କରିପାରି ନ ଥିବା ବେଳେ ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ପ୍ରମୋଦ ଭଗତ ଓଡିଶାର ନାମ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରିଛନ୍ତି । ଆସନ୍ତୁ ନଜର ପକାଇବେ ୨୦୨୧ ଓଡିଶା କ୍ରୀଡା ଉପରେ..
ଅଲିମ୍ପିକ୍ସରେ ପଦକ, ହକିରେ ସ୍ୱଣ୍ଣିମ ଅଧ୍ୟାୟ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ହାସଲ କରି ସମସ୍ତଙ୍କ ମନି ଜିଣିଥିଲେ । ଏହି ପଦକ ବିଜୟୀ ଦଳରେ ଓଡିଶାର ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଥିଲେ । ମହିଳା ହକିରେ ଭାରତ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ପଦକ ହାସଲରୁ ବଂଚିତ ହୋଇଥିଲା । ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋ ଓଡିଶାର ମାନ ବଢ଼ାଇଥିଲେ । ଭୁବନେଶ୍ୱରରେ ଆୟୋଜିତ ଜୁନିୟର ପୁରୁଷ ହକିରେ ସୁଦୀପ ଚିର୍ମୋକା, ସୁନୀଲ ଯୋଯୋ ଓ ଅଭିଷେକ ଲାକ୍ରା ଏବଂ ଚାମ୍ପିୟନ୍ସ ଟ୍ରଫି ଦଳରେ ଦୀପସାନ ତିର୍କୀ, ନୀଲମ ସଞ୍ଜୀବ ଖେସ ଓ ଶିଳାନନ୍ଦ ଲାକ୍ରା ଜାତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ ।
ପାରା ଅଲିମ୍ପିକ୍ସ ଆଉ ପ୍ରମୋଦ: ପାରା ଅଲିମ୍ପିକ୍ସରେ ଓଡିଶାର ବ୍ୟାଡମିଂଟନ ଖେଳାଳି ପ୍ରମୋଦ ଭଗତ ସ୍ୱର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିଛନ୍ତି । ପ୍ରଥମ ଓଡିଆ ଭାବେ ସମ୍ମାନଜନକ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ମଧ୍ୟ ପାଇଛନ୍ତି । ଏହି ବର୍ଷ ବୀରେନ୍ଦ୍ର ଓ ଅମିତ ଅର୍ଜୁନ ଏବଂ ପ୍ରଶିକ୍ଷକ ତପନ ପାଣିଗ୍ରାହୀଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ମିଳିଥିଲା ।
ନିରାଶ କଲେ କ୍ରିକେଟ ଆଉ ଦୂତି: ଟୋକିଓ ଅଲିମ୍ପିକ୍ସରେ ଦୂତି ଚାନ୍ଦଙ୍କ ବହୁତ କିଛି ଆଶା କରାଯାଉଥିଲେ ମଧ୍ୟ ସେ ନିରାଶ କରିଥିଲେ । ସେହିପରି କ୍ରିକେଟରେ ମଧ୍ୟ ଓଡିଶାର ପ୍ରଦର୍ଶନ ସେତେଟା ଉତ୍ସାହଜନକ ନ ଥିଲା ।
ଦକ୍ଷତା ଦେଖାଇଲେ ଋତାପର୍ଣ୍ଣା :ବ୍ୟାଡମିଂଟନରେ ଋତାପର୍ଣ୍ଣା ପଣ୍ଡା ଆନ୍ତର୍ଜାତୀୟସ୍ତରରେ ନିଜ ଦକ୍ଷତା ପ୍ରତିପାଦିତ କରିଛନ୍ତି । ଉବେର କପର ମହିଳା ଡବଲ୍ସରେ ଅଶ୍ୱୀନ ପୋନପ୍ପା ଓ ଋତାପର୍ଣ୍ଣା ପ୍ରଭାବୀ ପ୍ରଦର୍ଶନ କରିଥିଲେ । ସେ କିଦାମ୍ବି ଶ୍ରୀକାନ୍ତଙ୍କ ସହ ମିକ୍ସଡ ଡବଲ୍ସରେ ମଧ୍ୟ ଖେଳିଥିଲେ ।ରଗବୀରେ ରୌପ୍ୟ: ଓଡିଶାରେ ଏଥର ଜାତୀୟ ଜୁନିୟର ରଗବୀ ସେଭେନ୍ସ ଆୟୋଜିତ ହୋଇଥିଲା । ରୌପ୍ୟ ବିଜୟୀ ଭାରତୀ ଦଳରେ ସ୍ଥାନ ପାଇଥିଲେ ଓଡିଆ ଖେଳାଳି ତାରୁଲତା ନାୟକ, ମାମା ନାୟକ ଓ ନିର୍ମଳା ରାଉତ । ବାଳକ ଦଳ ମଧ୍ୟ ଜୁନିୟର ଏବଂ ସିନିୟର ବିଭାଗରେ ଭଲ ପ୍ରଦର୍ଶନ କରିଥିଲେ ।
ଛାଡି ଚାଲିଗଲେ: କ୍ରିକେଟର ରବି ନାରାୟଣ ପଣ୍ଡା, ପ୍ରଶାନ୍ତ ମହାପାତ୍ର, ଫୁଟବଲ କୋଚ ନନ୍ଦ କିଶୋର ପଟ୍ଟନାୟକ, ଭାରୋତୋଳିକା ମଧୁଲିକା ରାଉତ ଆମକୁ ଛାଡି ଚାଲିଯାଇଛନ୍ତି ।
ଜାତୀୟ ବିଶ୍ୱକପ ଦଳରେ ଶ୍ରୀୟଙ୍କା: ଉଦୀୟମାନ ମହିଳା ଶୁଟର ଶ୍ରୀୟଙ୍କା ଷଡଙ୍ଗୀ ଶୁଟିଂ ବିଶ୍ୱକପରେ ଭାରତୀୟ ଦଳରେ ସ୍ଥାନ ପାଇଥିଲେ । ସେ ପ୍ରଥମ ଓଡିଆ ଭାବେ ୫୦ ମିଟର ରାଇଫଲ ଥ୍ରୀ ପୋଜିଶନରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।
ଭାରୋତୋଳନରେ ଝିଲୀଙ୍କ ସଫଳତା: ଝିଲ୍ଲୀ ଦଳବେହେରା ଏସୀୟ ସିନିୟର ଭାରୋତୋଳନରେ ଚମତ୍କାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେ ରାଜ୍ୟଗୋଷ୍ଠୀ କ୍ରୀଡାରେ ରୌପ୍ୟ ଏବଂ ଜାତୀୟ ପ୍ରତିଯୋଗିତାରେ ବ୍ରୋଞ୍ଜ ଜିତିଥିଲେ ।
BREAKING NEWS
- କଳିଙ୍ଗ ଷ୍ଟାଡିୟମରେ ହେବ ସବଜୁନିୟର ନ୍ୟାସନାଲ ରଗବୀ ସେଭେନ୍ସ ଚାମ୍ପିୟନସିପ୍
- Makar Sankranti: ଆସନ୍ତାକାଲି ମକର ସଂକ୍ରାନ୍ତି ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି
- ବିଜୟ ହଜାରେ ଟ୍ରଫି: ସେମିଫାଇନାଲରେ କର୍ଣ୍ଣାଟକ-ବିଦର୍ଭ, ପଞ୍ଜାବ-ସୌରାଷ୍ଟ୍ର ମଧ୍ୟରେ ହେବ ମୁକାବିଲା
- Clean Survey: ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ, ଶ୍ରେଷ୍ଠ ସ୍ୱଚ୍ଛ ବିଦ୍ୟାଳୟକୁ ମିଳିବ ୫୦ ହଜାର ଟଙ୍କାର ପୁରସ୍କାର
- ମାଞ୍ଜା ସୂତା ଲାଗି ଭୁବନେଶ୍ୱରରେ ଯୁବକ ଗୁରୁତର
- କେନ୍ଦୁଝରରେ ଖୋଲିବ ଏନଏସଡିର ରାଜ୍ୟ ଶାଖା, ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର..
- ଆଉ ହେବନି ୧୦ ମିନିଟ୍ ମଧ୍ୟରେ ଡେଲିଭରି, ଇ-କମର୍ସ କମ୍ପାନୀଗୁଡ଼ିକ ଉପରେ ରୋକ୍ ଲଗାଇଲେ ସରକାର
- ଫିରିଙ୍ଗିଆ ତହସିଲର ପୂର୍ବତନ କର୍ମଚାରୀ ଅଜୟ ମଲ୍ଲିକଙ୍କୁ ୩ ବର୍ଷ ଜେଲ ଦଣ୍ଡ
- ଆଇସିସି କଥା ମାନୁନି ବାଂଲାଦେଶ
- BJD: ଏବେ ସୁଧା ୮ ଜିଲ୍ଲାରେ ଖୋଲିଲାନି ମଣ୍ଡି, ଚାଷୀକୂଳକୁ ପ୍ରତାରଣା କରିଛନ୍ତି ରାଜ୍ୟ ସରକାର: ବିଜେଡି
Comments are closed.