Latest Odisha News

BREAKING NEWS

Yearly Archives

2021

ଇନ୍ଦ୍ରାଣିଙ୍କ ଦାବି; ଜୀବିତ ଅଛନ୍ତି ଶିନା ବୋରା

ନୂଆଦିଲ୍ଲୀ: ୨୦୧୨ରେ ନିଜ ଝିଅ ଶିନା ବୋରାଙ୍କୁ ହତ୍ୟା କରିଥିବା ନେଇ ପୂର୍ବତନ ଗଣମାଧ୍ୟମ କାର୍ଯ୍ୟନିର୍ବାହୀ ଇନ୍ଦ୍ରାଣୀ ମୁଖାର୍ଜାଙ୍କ ଉପରେ ସଙ୍ଗୀନ ଅଭିଯୋଗ ହୋଇଥିଲା। ସେ ଏବେ ସିବିଆଇ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ଯେ ଶିନା ବୋରା ଜୀବିତ ଅଛନ୍ତି ଏବଂ ‌ସେ କାଶ୍ମୀରରେ ଅଛନ୍ତି।…

କିଛିଦିନ ଏକାଠି ରହିବାର ଅର୍ଥ ଲିଭ୍‌-ଇନ୍‌ ନୁହେଁ; ଦମ୍ପତିଙ୍କୁ ଜୋରିମାନା

ଚଣ୍ଡିଗଡ: ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏକ ମାମଲାର ଶୁଣାଣି ସମୟରେ ସ୍ପଷ୍ଟ କରିଛନ୍ତି ଯେ ଯଦି ଦୁଇଜଣ ଦମ୍ପତି ପାରସ୍ପରିକ ସହମତି ଅନୁଯାୟୀ କିଛି ଦିନ ଏକାଠି ରୁହନ୍ତି, ତେବେ ଏହାର ଅର୍ଥ ନୁହେଁ ଯେ ସେମାନେ ପ୍ରକୃତରେ ଏକ ଲିଭ୍‌ ଇନ୍ ରେ ଅଛନ୍ତି। ହାଇକୋର୍ଟ କହିଛନ୍ତି ଯେ ଜଣେ…

ହସ୍ପିଟାଲ ଛାତରୁ ଡ଼େଇଁ ରୋଗୀଙ୍କ ଆତ୍ମହତ୍ୟା

ଅନୁଗୁଳ: ହସ୍ପିଟାଲ ଛାତରୁ ତଳକୁ ଡ଼େଇଁ ରୋଗୀଙ୍କ ଆତ୍ମହତ୍ୟା । ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଏହି ଘଟଣା । ଆତ୍ମହତ୍ୟା କରିଥିବା ଯୁବକ ଜଣକ ହେଲେ ଚିକୁନ ବିଶ୍ୱାଳ । ସୂଚନା ଅନୁସାରେ, ଗତକାଲି ସାନିଟାଇଜର ପିଇ ଦେଇଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।…

୭୨ ତମ ବର୍ଲିନ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବ ‘ଗଙ୍ଗୁବାଇ କାଠିଆୱାଡି’

ନୂଆଦିଲ୍ଲୀ: ଆଲିଆ ଭଟ୍ଟ ଏବଂ ଅଜୟ ଦେବଗନଙ୍କ 'ଗଙ୍ଗୁବାଇ କାଠିଆୱାଡି' ଫେବୃଆରୀରେ ୭୨ ତମ ବର୍ଲିନ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବା ପାଇଁ ମନୋନୀତ ହୋଇଛି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ସଞ୍ଜୟ ଲୀଲା ଭନସାଲୀ। ଏହି ଉତ୍ସବରେ ଏହାର ବିଶ୍ୱ ପ୍ରିମିୟର ହେବ।…

ଜାଡ଼ରେ ଥରୁଛି ଓଡ଼ିଶା: ୨୨ଟି ସ୍ଥାନରେ ୧୫ ଡିଗ୍ରୀ ତଳେ ପାରଦ

ଭୁବନେଶ୍ୱର: ଜାଡ଼ରେ ଥରୁଛି ଓଡ଼ିଶା । ଖସୁଛି ପାରଦ । ଶୀତ ବଢୁଛି । ସାରା ରାଜ୍ୟରେ ଶୀତ ଲହରି ଜାରି ରହିଛି । ୨୨ଟି ସ୍ଥାନରେ ପାରଦ ୧୫ ଡିଗ୍ରୀ ସେଲସିୟସ୍ ତଳକୁ ଖସିଛି । ସବୁଠୁ ଥଣ୍ଡା ସହର ପାଲଟିଛି ଦାରିଙ୍ଗିବାଡ଼ି । ସେଠାରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସ୍ ରେକର୍ଡ…

ଓଡ଼ିଶାର ରାଜବୀର ପାଇଁ ଚିକିତ୍ସା ସହାୟତା ମାଗିଲେ ସୋନୁ ସୁଦ

ମୁମ୍ବାଇ: କନ୍ଧମାଳର କୁନି ପୁଅ ରାଜବୀର ପାଇଁ ସହାୟତା ମାଗିଲେ ବଲିଉଡ ଅଭିନେତା ସୋନୁ ସୁଦ । ତାଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ରେ ସହାୟତା କରିବାକୁ ସେ ଅପିଲ୍ କରିଛନ୍ତି । ରାଜବୀରଙ୍କ ଚିକିତ୍ସା ପାଇଁ ୧୬ କୋଟି ଇଞ୍ଜେକସନ୍ ଦରକାର । ଯାହା ଯୋଗାଡ଼ କରିବା ତାଙ୍କ ପରିବାର ପାଇଁ…

ଶନୟା କପୁର କରୋନା ପଜିଟିଭ

ମୁମ୍ବାଇ: ମା ମହିପ କପୁରଙ୍କ ପରେ ଝିଅ ଶନୟା କପୁର ବି କରୋନା ସଂକ୍ରମିତ ହୋଇଛନ୍ତି। ଏ ନେଇ ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଘୋଷଣା କରିଛନ୍ତି। କରଣ ଜୋହରଙ୍କ ଘରେ ରାତ୍ରୀ ଭୋଜନରେ ଯୋଗଦେବା ପରେ ତାଙ୍କ ମା ମହିପ କପୁର କୋଭିଡ୍‌ ପଜିଟିଭ ଚିହ୍ନଟ ହୋଇଥିଲେ। ସେ ନିଜ ସୋସିଆଲ୍‌…

ଆଜି ଧନୁ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ଆଜିଠୁ ପହିଲି ଭୋଗ ନୀତି

ପୁରୀ: ଆଜି ହେଉଛି ଧନୁ ସଂକ୍ରାନ୍ତି । ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ପାଳନ ହେଉଛି । ଆଜିଠୁ ଆରମ୍ଭ ହୋଇଛି ପହିଲି ଭୋଗ ନୀତି । ଶ୍ରୀମନ୍ଦିରରେ ଏହି ନୀତି ମାସେ ଧରି ଚାଲିବ । ପୌଷମାସରେ ମା’ ଲକ୍ଷ୍ମୀ ନିଜ ବାପ ଘରକୁ ଯାଇଥାନ୍ତି । ଏହି ସମୟରେ ମାତା ଯଶୋଦା ପହିଲି ଭୋଗରେ…

ପୋଲିସ ପାଠଶାଳା: ଆଜିଠୁ ବରିଷ୍ଠ ପୋଲିସ ଅଫିସରଙ୍କ ୩ ଦିନିଆ ସମ୍ମିଳନୀ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ୬୩ତମ ବରିଷ୍ଠ ପୋଲିସ ଅଫିସର ସମ୍ମିଳନୀ । ୩ ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀକୁ ପୋଲିସ ଡିଜି ଅଭୟ ଭର୍ଚୁଆଲରେ ଉଦଘାଟନ କରିବେ । ପ୍ରଥମ ଦିନରେ ମୁଖ୍ୟ ପ୍ରସଙ୍ଗ ରହିବ ରାଜ୍ୟର ଅପରାଧିକ ଚିତ୍ର, ଆଇନ ଶୃଙ୍ଖଳା ସ୍ଥିତି ଓ ମାଓ ଦମନ । ଏସବୁ…

ଭିତରକନିକା ଓ ଗହିରମଥାରେ ଡଲଫିନ୍ ଗଣନା ଆରମ୍ଭ

କେନ୍ଦ୍ରାପଡ଼ା: ଭିତରକନିକା ଜାତୀୟ ଉଦ୍ୟାନ ଓ ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ ଆଜିଠାରୁ ଡଲଫିନ୍ ଗଣନା ଆରମ୍ଭ ହୋଇଛି । ୧୮ତାରିଖ ଯାଏ ଚାଲିବ । ଧାମରାଠାରୁ ଦେବୀ ମୁହାଣ ଯାଏଁ ସମୁଦ୍ର ଉପକୂଳରେ ଡଲଫିନ୍ ଗଣନା କରାଯାଉଛି । ଏଥିପାଇଁ ୯ଟି ଟିମ ଗଠନ କରାଯାଇଛି । ପ୍ରତି ଟିମରେ ୩ରୁ ୫ଜଣ…