Latest Odisha News

BREAKING NEWS

Yearly Archives

2023

୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ବରିଷ୍ଠ କିରାଣୀ, ମାଡିବସିଲା ଭିଜିଲାନ୍ସ

ଅନୁଗୁଳ: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ ନିତ୍ୟାନନ୍ଦ ଗାଇଗରିଆ । ସ୍ପୋର୍ଟସ ବିଭାଗର ଜୁନିଅର ଆସିଷ୍ଟାଣ୍ଡ କ୍ଳର୍କ ପୂର୍ଣ୍ଣଚନ୍ଦ୍ର ଭୁକ୍ତାଙ୍କ ଠାରୁ ଦରମା ମାମଲାରେ ଆଜି ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କାବୁ କଲା ଭିଜିଲାନ୍ସ ବିଭାଗ । ମିଳିଥିବା ସୂଚନା ଅନୁସାରେ, ଅନୁଗୁଳ…

ପୂର୍ବାଂଚଳ ଆନ୍ତଃଜୋନ ମହିଳା ଟି୨୦ ଚାମ୍ପିୟନ: ମାଧୁରୀ, ସୁଶ୍ରୀଙ୍କୁ ଅଭିନନ୍ଦନ ଜଣାଇଲା ଓସିଏ

ଭୁବନେଶ୍ୱର: ଲକ୍ଷ୍ନୌରେ ଅନୁଷ୍ଠିତ ଆନ୍ତଃଜୋନ ସିନିୟର ମହିଳା ଟି୨୦ରେ ପୂର୍ବାଂଚଳ ଦଳ ଚାମ୍ପିୟନ ହୋଇଛି । ଏହି ଚାମ୍ପିୟନ ଟିମ ପକ୍ଷରୁ ଓଡିଶାର ଦୁଇ ଷ୍ଟାର ଖେଳାଳି ମାଧୂରୀ ମେହେଟ୍ଟା ଓ ସୁଶ୍ରୀ ଦିବ୍ୟଦର୍ଶନୀ ପ୍ରତିନିଧିତ୍ୱ କରିଥିଲେ । ସେମାନଙ୍କ ପ୍ରଭାବୀ ପ୍ରଦର୍ଶନ ନେଇ ଓଡିଶା କ୍ରିକେଟ…

ଆଦିତ୍ୟ ବିର୍ଲା ପବ୍ଲିକ୍‌ ସ୍କୁଲର ସପ୍ତମ ସ୍ଥାପନା ଦିବସ

ଭୁବନେଶ୍ବର: ଆଦିତ୍ୟ ବିର୍ଲା ପବ୍ଲିକ୍‌ ସ୍କୁଲର ସପ୍ତମ ସ୍ଥାପନା ଦିବସ ଅୟୋଜିତ ହୋଇଯାଇଛି। ଦୁଇ ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଡିସେମ୍ବର ୨ ତାରିଖରେ ସ୍କୁଲ ପରିସର ‘କଳିଙ୍ଗ ଉତ୍ସବ’ ନାମରେ ଏକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ…

୨୩ ବର୍ଷରୁ କମ ମହିଳା ଟି୨୦ ଟ୍ରଫି: ଓଡିଶା ଦଳ ଘୋଷିତ

ଭୁବନେଶ୍ୱର: ୨୩ ବର୍ଷରୁ କମ ମହିଳା ଟି୨୦ ଟ୍ରଫି ପାଇଁ ସୋମବାର ଓଡିଶା ଦଳ ଘୋଷଣା କରାଯାଇଛି । ଶୁଭ୍ରା ନିର୍ଝରଣୀ ସ୍ୱାଇଁଙ୍କୁ ଘୋଷିତ ୧୭ ଜଣିଆ ଦଳର ନେତୃତ୍ୱ ଦାୟିତ୍ୱ ପ୍ରଦାନ କରାଯାଇଛି । କାଦମ୍ବିନୀ ମାହାକୁଡ ଦଳର କୋଚ ଦାୟିତ୍ୱ ତୁଲାଇବେ । ଓଡିଶା ୧୨ ତାରିଖରେ ଜାମ୍ମୁ ଆଣ୍ଡ କଶ୍ମୀର…

ପଢୁଆଁ ହେବେ ମହାପ୍ରଭୁ, ନିଆଳୀ ମାଧବ ମନ୍ଦିରରୁ ଆସିଲା ପ୍ରଥମାଷ୍ଟମୀ ଭାର

ପୁରୀ: ରାତି ପାହିଲେ ପ୍ରଥମାଷ୍ଟମୀ । ଉତ୍କଳୀୟ ଇତିହାସରେ ପ୍ରଥମାଷ୍ଟମୀର ଏକ ସ୍ୱତନ୍ତ୍ରତା ଥିବା ବେଳେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଇଁ ଜଗତସିଂହପୁର ଜିଲ୍ଲା ନିଆଳି ମାଧବ ମନ୍ଦିରରୁ ଆସିଛି ପ୍ରଥମାଷ୍ଟମୀ ଭାର l ଯାହାକୁ ନେଇ ଶ୍ରୀକ୍ଷେତ୍ରରେ ସୃଷ୍ଟି ହୋଇଥିଲା ଏକ ଆଧ୍ୟାତ୍ମିକ ପରିବେଶ…

କାର୍ଯ୍ୟକ୍ଷମ ହେଲା ବିଶ୍ୱର ସବୁଠାରୁ ବଡ ନ୍ୟୁକ୍ଲିୟର ଫ୍ୟୁଜନର ରିଆକ୍ଟର

ଟୋକିଓ: ଜାପାନର ନାକା ନର୍ଥରେ ବିଶ୍ୱର ସବୁଠାରୁ ବଡ ନ୍ୟୁକ୍ଲିୟର ରିଆକ୍ଟର କାର୍ଯ୍ୟକ୍ଷମ ହୋଇଛି । ବିଶ୍ୱର ସମସ୍ତ ପରମାଣୁ ଫିଜନରେ ଏହା ଚାଲିପାରିବ । ଏହି ନ୍ୟୁକ୍ଲିୟର ରିଆକ୍ଟରର ନାମ ଜେଟି-୬୦ଏସଏ ରଖାଯାଇଛି । ଅତ୍ୟାଧୂନିକ ସୁରକ୍ଷା ଶୈଳୀରେ ଏବଂ କାର୍ବନ ମୁକ୍ତ ଉର୍ଜା କିଭଳି ପ୍ରସ୍ତୁତ…

କାର ଓ ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସହରର ମହାନଦୀ ନିକଟ ରିଙ୍ଗ୍ ରୋଡ୍ ରେ ବାଇକ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଚାଳକ ଙ୍କ ର ମୃତ୍ୟୁ ହୋଇଛି । ମୃତ୍ୟୁକ ଜଣକ ସୋନପୁର ସହର ନୂଆ ମାଲୀପଡା ରେ ରହୁଥିବା ସନ୍ତୋଷ କୁମାର ଗୁରୁ ବୋଲି ସୂଚନା…

ତେଲେଙ୍ଗାନାରେ କଂଗ୍ରେସ ଶାସନ, ରେବନ୍ତ ରେଡ୍ଡୀ ହେବେ ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ: ତେଲେଙ୍ଗାନରେ ବିପୁଳ ବିଜୟ ହାସଲ କରିଛି କଂଗ୍ରେସ। ବିଧାନସଭା ନିର୍ବାଚନ ଜନାଦେଶ ପ୍ରକାଶ ପାଇବାର ଗୋଟିଏ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିଛି କଂଗ୍ରେସ । ରାଜ୍ୟ କଂଗ୍ରେସ ସଭାପତି ରେବନ୍ତ ରେଡ୍ଡୀ ହେବେ ତେଲେଙ୍ଗାନାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ। ଏନେଇ ଜାତୀୟ…

ଜାନୁଆରୀ ୧୭ ହେବ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ମାର୍ଗର ଲୋକାର୍ପଣ ଉତ୍ସବ

ପୁରୀ: ଆସନ୍ତା ଜାନୁଆରୀ ୧୭ ରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ମାର୍ଗର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ । ସେଥିପାଇଁ ଜାନୁଆରୀ ୧୨ ତାରିଖରୁ ଆରମ୍ଭ ହେବ ଅଙ୍କୁରାରୋପଣ କାର୍ଯ୍ୟକ୍ରମ । ୧୫ ତାରିଖ ସକାଳ ୭ ଟା ୩୦ରେ ଆରମ୍ଭ ହେବ ଯଜ୍ଞ କାର୍ଯ୍ୟ । ସେଥିପାଇଁ କେଉଁ ଜାଗାରେ…

କଣ ପାଇଁ ଚିନ୍ତାରେ ଉତ୍ତର କୋରିଆର ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗ

ପ୍ୟୋଙ୍ଗୟଙ୍ଗ: ଉତ୍ତର କୋରିଆର ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗ ଉନ ଏବେ ବଡ ଚିନ୍ତାରେ ପଡିଛନ୍ତି । ଏହାର କାରଣ ହେଲା ଦେଶରେ ଶିଶୁ ଜନ୍ମ ହାରରେ ଦ୍ରୁତ ଅବନ୍ନତି । ମାଆମାନେ ମଧ୍ୟ ଶିଶୁ ଜନ୍ମ କରିବା ପ୍ରତି ଏତେଟା ଆଗ୍ରହ ପ୍ରକାଶ କରୁ ନାହାନ୍ତି । ଏଥିପାଇଁ କିମ ଦେଶର ସମସ୍ତ ମାଆମାନଙ୍କୁ…