Latest Odisha News

BREAKING NEWS

Yearly Archives

2024

ବିଧାନସଭା ଭିତରେ ପଶିଲା ପାଣି, ଦେଖନ୍ତୁ ଭିଡିଓ

ଲକ୍ଷ୍ନୌ: ପ୍ରବଳ ବର୍ଷା ଯୋଗୁ ବୁଧବାର ଅପରାହ୍ନରେ ଉତ୍ତରପ୍ରଦେଶ ବିଧାନସଭା ଭବନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଯେଉଁଠି ମୌସୁମୀ ଅଧିବେଶନ ଚାଲିଥିଲା। ହଠାତ୍ ବାଦଲ ଫଟା ବର୍ଷା ସାଧାରଣ ଜୀବନଯାତ୍ରାକୁ ମଧ୍ୟ ପ୍ରଭାବିତ କରିଛି। ବିଲଡିଂର ପ୍ରବେଶ ପଥରେ ଭରି ଯାଇଥିଲା ବର୍ଷା ପାଣି।…

ଟେବୁଲ ଟେନିସରେ ଶ୍ରୀଜା ଆକୁଲା ରାଉଣ୍ଡ ଅଫ ୧୬କୁ, ସ୍ୱପ୍ନିଳ ଫାଇନାଲରେ

ନୂଆଦିଲ୍ଲୀ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଉଦୀୟମାନ ମହିଳା ଟେବୁଲ ଟେନିସ ଖେଳାଳି ଶ୍ରୀଜା ଆକୁଲା ରାଉଣ୍ଡ ଅଫ ୧୬ରେ ପ୍ରବେଶ କରିଛନ୍ତି । ସେ ପ୍ରଂଶସନୀୟ ପ୍ରଦର୍ଶନ କରି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ଶ୍ରୀଜା ସିଙ୍ଗାପୁରର ଜେଙ୍ଗ ଜିଆନଙ୍କୁ ପରାସ୍ତ କରିଥିବା ବେଳେ ପରବର୍ତୀ…

ଭୂସ୍ଖଳନ ନେଇ କେରଳକୁ ଆଗୁଆ ସତର୍କ କରାଯାଇଥିଲା

ନୂଆଦିଲ୍ଲୀ: ଭୟଙ୍କର ଭୂସ୍ଖଳନ ନେଇ ପୂର୍ବରୁ ସତର୍କ କରାଯାଇଥିଲା। ଏହି ଭୂସ୍ଖଳନରେ ୧୫୦ରୁ ଅଧିକ ଜୀବନ ଯାଇଥିବା ବେଳେ ଏବେ ବି ୧୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ସଂସଦର ଉଭୟ ଗୃହରେ ୱାୟନାଡର ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ସମବେଦନା…

ଜଟଣୀ ବ୍ଲକ ସହକାରୀ ଯନ୍ତ୍ରୀ ନିବେଦିତା ମହାନ୍ତିଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ଵର: ଗିରଫ ହେଲେ ଖୋର୍ଦ୍ଧା ଜଟଣୀ ବ୍ଲକର ସହକାରୀ ଯନ୍ତ୍ରୀ ନିବେଦିତା ମହାନ୍ତି । ନିବେଦିତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଜଣେ ଠିକାଦାରଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ ନିବେଦିତା ମହାନ୍ତି । ସୂଚନା ଅନୁସାରେ, ଜଣେ ଠିକାଦାରଙ୍କ ଠାରୁ ପୁରୁଣା…

ବିଜେଡିକୁ ବଡ ଝଟକା: ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେଡି ସାଂସଦ ମମତା ମହନ୍ତ

ଭୁବନେଶ୍ଵର: ରାଜ୍ୟସଭାରୁ ବିଜେଡି ସାଂସଦ ମମତା ମହନ୍ତଙ୍କ ଇସ୍ତଫା । ମମତାଙ୍କ ଇସ୍ତଫା ନେଇ ସୂଚନା ଦେଲେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ । ୨୦୨୦ରେ ରାଜ୍ୟସଭାକୁ ବିଜେଡି ଟିକେଟ୍‌ରେ ନିର୍ବାଚିତ ହୋଇଥିଲେ ମମତା । ରାଜ୍ୟସଭା ସାଂସଦ ସହ ବିଜେଡିରୁ ବି ଇସ୍ତଫା ଦେଇଛନ୍ତି ମମତା । ବିଜେଡିରୁ…

ଦୀପିକା, ଲଭଲୀନା, ଲକ୍ଷ୍ୟଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ବୁଧବାର ଭାରତର ଲକ୍ଷ୍ୟ ସେନ, ଦୀପିକା କୁମାରୀ ଓ ଲଭଲୀନା ବୋରଗେହନ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖି ପଦକ ଅଭିମୁଖେ ଅଗ୍ରସର ହୋଇଛନ୍ତି । ପୁରୁଷ ବ୍ୟାଡମିଂଟନ ସିଙ୍ଗଲ୍ସରେ ଲକ୍ଷ୍ୟ ସେନ ବିଶ୍ୱର ୩ ନମ୍ବର ଖେଳାଳି ଇଣ୍ଡୋନେସିଆର ଜୋନାଥନ କ୍ରିଷ୍ଟିଙ୍କୁ…

୫-ଟି ସ୍କୁଲ ରୂପାନ୍ତିକରଣରେ ଦୁର୍ନୀତି ହୋଇଥିଲେ କାର୍ଯ୍ୟାନୁଷ୍ଠାନ ହେବ

ଭୁବନେଶ୍ୱର: ବିଜେଡି ଶାସନ ସମୟରେ 5T ଯୋଜନା ମାଧ୍ୟମରେ କରାଯାଇଥିବା କାର୍ଯ୍ୟ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଓଡିଶା ସରକାର। ଯୋଜନାରେ ଯଦି କୌଣସି ଦୁର୍ନୀତି ଜଣାପଡ଼େ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୁଧବାର କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ।…

ମହାରାଷ୍ଟ୍ରରେ ହଜିଥିବା କୁକୁର ମାଲିକକୁ ଖୋଜି ଖୋଜି ପଳାଇ ଆସିଲା କର୍ଣ୍ଣାଟକ

ବେଙ୍ଗାଲୁର: କର୍ଣ୍ଣାଟକ ବେଲଗାୱୀରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସମ୍ମୁଖକୁ ଆସିଛି । କମଳେଶ କୁମ୍ଭାର ଆଷାଢ଼ ଏକାଦଶୀ ଓ କାର୍ତିକ ଏକାଦଶୀ ଦିନ ଦକ୍ଷିଣ ମହାରାଷ୍ଟ୍ରର ତୀର୍ଥନଗର ଯାଇଥାନ୍ତି । ଏଥର ମଧ୍ୟ ସେ ପରିବାର ଓ ପୋଷା କୁକୁର (ମହାରାଜ) ସହ ସେଠାକୁ ଯାଇଥିଲେ । ଗହଳିରେ କୁକୁରଟି ହଜି…

ଆଇଏଏସ ପଦ ହରାଇଲେ ପୂଜା ଖେଡକର, ଆଉ କେବେବି ଦେଇପାରିବେନି ପରୀକ୍ଷା

ନୂଆଦିଲ୍ଲୀ: ସିଭିଲ ସର୍ଭିସରେ ଚୟନ ପାଇଁ ନିଜର ପରିଚୟ ବଦଳାଇବା ଏବଂ ଭିନ୍ନକ୍ଷମ ପ୍ରମାଣପତ୍ରରେ ଅନିୟମିତତା ଅଭିଯୋଗରେ ଆଇଏଏସ ପଦ ହରାଇଛନ୍ତି ପୂଜା ଖେଡକର। ଆଜି ୟୁପିଏସସି ତରଫରୁ ତାଙ୍କର ପ୍ରୋଭିଜନାଲ ପ୍ରାର୍ଥିତ୍ୱ ବା ଆଇଏଏସ୍‌ ମନୋନୟନକୁ ବାତିଲ କରି ଦିଆଯାଇଛି। ୟୁପିଏସସି ୨୦୨୩…

ଗଣମାଧ୍ୟମ ଅଧ୍ୟାପକ ଡକ୍ଟର ପ୍ରଦୀପ ମହାପାତ୍ର ଅସୁସ୍ଥ

ଭୁବନେଶ୍ୱର: ଗୁରୁତର ଅବସ୍ଥାରେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗର ଅବସରପ୍ରାପ୍ତ ବିଭାଗୀୟ ମୁଖ୍ୟ ଡକ୍ଟର ପ୍ରଦୀପ ମହାପାତ୍ର । କିଛିଦିନ ତଳେ ସେ ହଠାତ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ବ୍ରହ୍ମପୁରରୁ…