Latest Odisha News

BREAKING NEWS

ବଜାରକୁ ଆସିଲା Bajaj Pulsar N160ର ସିଙ୍ଗଲ ସିଟ୍‌ ଭାରିଏଣ୍ଟ ,ଜାଣନ୍ତୁ ପ୍ରାଇସ୍

ନୂଆଦିଲ୍ଲୀ: ବଜାଜ ଅଟୋ ନିଜର ସବୁଠୁ ଲୋକପ୍ରିୟ ପଲସର ସିରିଜର ବାଇକ୍‌ Bajaj Pulsar N160 ଏକ ନୂଆ ବେସ୍‌ ଭାରିଏଣ୍ଟକୁ ଲଞ୍ଚ କରିଛି । ଏଥିରେ ରହିଛି ସିଙ୍ଗଲ୍‌ ସିଟ୍‌ । ଦେଶର ଲୋକପ୍ରିୟ ଦୁଇ ଚକିଆ ଯାନ ନିର୍ମାତା କମ୍ପାନୀ ପାରିବାରିକ ଆବଶ୍ୟକତାକୁ ନଜରରେ ରଖି ଏହି ଗୋଟିଏ ସିଟ୍‌ ଭାରିଏଣ୍ଟକୁ ଲଞ୍ଚ କରିଛି । ଏହି ବାଇକ୍ ରେ ସ୍ପିଲ୍ଟ ସିଟ୍‌ ଜାଗାରେ ସିଙ୍ଗଲ୍‌ ପିସ୍‌ ସିଟ୍‌ ରହିଛି ଅର୍ଥାତ୍ ସିଟ୍ ଦୁଇ ଖଣ୍ଡରେ ବିଭକ୍ତ ହୋଇ ନାହିଁ । ଏଥିସହ ଏହି ବାଇକ୍ କୁ ଷ୍ଟାଣ୍ଡାର୍ଡ ଭାରିଏଣ୍ଟଠାରୁ ଦଶହଜାର ଟଙ୍କା କମରେ ଲଞ୍ଚ କରାଯାଇଛି ।

Bajaj Pulsar N160 ସିଙ୍ଗଲ ସିଟ୍‌ ଭାରିଏଣ୍ଟର ଏକ୍ସ-ଶୋ’ରୁମ ଦାମ ୧,୨୧,୭୨୨ ଟଙ୍କା ରହିଛି ।

ଏହାର ଭିଜୁଆଲ ପ୍ରୋଫାଇଲ ଦେଖିବାକୁ ଗଲେ ଏହା ଷ୍ଟାଣ୍ଡାର୍ଡ ଭାରିଏଣ୍ଟ ପରି ଦୃଶ୍ୟମାନ ହେଉଛି । ଏହାର ରଙ୍ଗ ଓ ଗ୍ରାଫିକ୍ସରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ବାଇକ୍ ରେ ଏଲଇଡି DRLs ସହିତ ବାଇ-ଫଙ୍କସନାଲ ଏଲଇଡି ପ୍ରୋଜେକ୍ଟର ହେଡଲ୍ୟାମ୍ପ ଦିଆଯାଇଛି ଓ ପଛ ପାର୍ଶ୍ବରେ ଗ୍ଲିଟର ପ୍ୟାଟର୍ଣ୍ଣ ଭଳି ଏଲଇଡି ଟେଲ୍‌ ଲ୍ୟାମ୍ପ ଦିଆଯାଇଛି । ଏହାର ଟର୍ଣ୍ଣ ଇଣ୍ଡିକେଟର ହେଉଛି ହେଲୋଜେନ୍‌ ୟୁନିଟ ।

ବଜାଜ ପଲସର N160ରେ ୧୬୪.୮୨ ସିସି, ସିଙ୍ଗଲ ସିଲିଣ୍ଡର, SOHC, ୨-ଭଲଭ, ଏୟାର କୁଲ୍ଡ ଇଞ୍ଜିନ ରହିଛି । ଏହା ୧୫.୭bhpର ପାଓ୍ବାର ଏବଂ ୧୪.୬୫ Nmର ଟର୍କ ଜନରେଟ କରିଥାଏ ଏବଂ ଏହାକୁ ୫-ସ୍ପିଡ୍ ଗିଅରବକ୍ସ ସହିତ ଯୋଡା ହେଇଛି ।

Comments are closed.