Latest Odisha News

BREAKING NEWS

ଗୁପଚୁପ ତିଆରିକୁ କେନ୍ଦ୍ର କରି ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ, ଥାନାରେ ଅଭିଯୋଗ

ପାରିବାରିକ କଳହର କରୁଣ ପରିଣତି । ଗୁପଚୁପ ତିଆରି ବେଳେ ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ପଣ୍ଡୁଆ ଗାଁରେ । ବିହାର ସମସ୍ତିପୁର ଅଂଚଳର ରାମ କୁମାର ନିଜ ସ୍ତ୍ରୀ ଏବଂ ଦୁଇ ଶିଶୁପୁତ୍ରକୁ ନେଇ ପଣ୍ଡୁଆ ଗାଁରେ ଭଡାରେ ରହି ଗୁପଚୁପ ବେପାର କରୁଥିଲେ । ତେବେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କିଛି ଦିନ ହେବ କଳହ ଲାଗି ରହିଥିଲା ।

ଗତ କାଲି ଗୁପଚୁପ ତିଆରି ବେଳେ ମଦ୍ୟପ ସ୍ୱାମୀ ରାମ କୁମାର ଚୌଧୁରୀ ସ୍ତ୍ରୀ ଅମ୍ରିତ୍ କୁ ଗାଳି ଗୁଳଜ କରି ମାଡ଼ ମାରିବା ସହ ହତ୍ୟା କରି ଘରେ ଝୁଲାଇ ଦେଇଥିଲା । ଯାହାକୁ ନେଇ ଅମ୍ରିତଙ୍କ ପରିବାର ଲୋକେ ତୁମୁସିଙ୍ଗା ଥାନାରେ ହତ୍ୟା ଅଭିଯୋଗ କରିଥିଲେ ।

ଅଭିଯୋଗକୁ ଭିତ୍ତି କରି ପୋଲିସ କାମାକ୍ଷାନଗର ମେଡ଼ିକାଲରେ ଶବ ବ୍ୟବଚ୍ଛେଦ କରାଇବା ସହ ରାମ କୁମାରକୁ ଅଟକ ରଖି ଅଧିକ ପଚରା ଉଚରା ଚଳେଇଛି ।
ବାଇଟ୧- ବିରଜୁ ସୋହନ,ମୃତକଙ୍କ ଭାଇ ,ବିହାର

Leave A Reply

Your email address will not be published.