Latest Odisha News

BREAKING NEWS

କୁନି କୁନି ପିଲାଙ୍କ ପାଇଁ ସିନ୍ଧୁ ବ୍ରାଉନଙ୍କ ୨୧ଟି ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଶିଳ୍ପୀ ସିନ୍ଧୁ ବ୍ରାଉନ, ମାନସ ରଞ୍ଜନ ଦାସ, ମାନବୀ ଟୌଙ୍କ୍, ଶ୍ରୀଦେବୀ ଓ କୁଞ୍ଜନଙ୍କ ସହାୟତାରେ “ଟ୍ରେସିଂ ଏବଂ ଲର୍ଣ୍ଣିଙ୍ଗ କନସେପ୍ଟକୁ ନେଇ ବିଭିନ୍ନ ଥିମ୍ ଉପରେ ପିଲାମାନଙ୍କ ପାଇଁ ପ୍ରସ୍ତୁତ କରିଥିବା ୨୧ ଟି ପୁସ୍ତକ ସ୍ଥାନୀୟ ମାଇକେଲ କିଚେନ୍ ରେଷ୍ଟ୍ରୁରାଣ୍ଟଠାରେ ଉନ୍ମୋଚିତ ହୋଇଯାଇଛି । ୩ ରୁ ୧୪ ବର୍ଷ ବୟସର ଶିଶୁଟି ଏହି ପୁସ୍ତକ ବ୍ୟବହାର କରିପାରିବେ ।

ବିଭିନ୍ନ ବିଷୟ ବସ୍ତୁକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ପୁସ୍ତକଗୁଡ଼ିକୁରୁ ପିଲାମାନେ କିପରି ସହଜରେ ଶିଖିବାକୁ ଆଗ୍ରହୀ ହେବେ ସେଭଳି ଭାବରେ ଡିଜାଇନ୍ କରାଯାଇଛି। ଯେଉଁଥିରେ ପିଲାମାନେ କେବଳ ଜ୍ଞାନ ଆହରଣ କରିବେ ନାହିଁ, ବରଂ ପିଲାମାନଙ୍କର ଫଟୋଗ୍ରାଫିକ୍ ମେମୋରୀର ମଧ୍ୟ ବିକାଶ ହୋଇପାରିବ। ଏହି ପୁସ୍ତକ ଗୁଡ଼ିକ ପିଲାମାନଙ୍କ ମନକୁ ଜାଗ୍ରତ କରିବା ସହ ସେମାନଙ୍କର କଳ୍ପନାକୁ ବିସ୍ତାର କରିବା ଓ ଶିଖିବାକୁ ଆଗ୍ରହୀ କରିବ। ଏହାସହ ଅନେକ ଶିଶୁ ଏବଂ ପିତାମାତାଙ୍କୁ ଉଭୟ ଏକାଡେମିକ୍ ତଥା କଳାତ୍ମକ ଭାବରେ ସାହାଯ୍ୟ କରିବ ।

ଏହି କାର୍ଯ୍ୟକ୍ରମରେ ପଲ୍ଲୀ ପଟ୍ଟନାୟକ, ନୃତ୍ୟଶିଳ୍ପୀ ଶାଶ୍ଵତ ଯୋଶୀ, ରୁଦ୍ରାକ୍ଷ ଫାଉଣ୍ଡେସନର ପ୍ରତିଷ୍ଠାତା ଗୁରୁ ବିଚିତ୍ରାନନ୍ଦ ସ୍ୱାଇଁ, ଓଡ଼ିଶୀ ନୃତ୍ୟଗୁରୁ ଲିଙ୍ଗରାଜ ସ୍ୱାଇଁ, ନାଟ୍ୟ ଚେତନାର ପ୍ରତିଷ୍ଠାତା ସୁବୋଧ ପଟ୍ଟନାୟକ, ଆଇନଜୀବୀ ଜ୍ଞ୍ୟାନ ଏସ୍ ସାମନ୍ତରାୟ , କେରଳ କଳା ସମିତିର ସଦସ୍ୟ ରମେଶ ଓ ‘ଆମେ ସୋସିଆଲ୍’ର ସମ୍ପାଦକ ତଥା ସାମାଜିକ-ସାଂସ୍କୃତିକ ସଙ୍ଗଠକ ଗୁରୁପଦ ବଳିଆରସିଂହ ପ୍ରମୁଖ ଯୋଗ ଦେଇଥିଇଲେ ।

 

Leave A Reply

Your email address will not be published.