Latest Odisha News

BREAKING NEWS

ପଣ୍ଡିତ କେ.ରାମାରାଓ ପାତ୍ର ପାଇଲେ ‘ଗୁରୁ ସହଦେବ ପାଢ଼ୀ ସଂସ୍କୃତି ସମ୍ମାନ’

ଭୁବନେଶ୍ୱର : ଉତ୍କଳ ଡ୍ୟାନ୍ସ ଆଣ୍ଡ ରିସର୍ଚ୍ଚ ଏକାଡେମୀ ( ଉଡ୍ର ) ଆନୁକୂଲ୍ୟରେ ‘ଅଷ୍ଟାଦଶ କୁମାର ଉତ୍ସବ’ ପାଳିତ ହୋଇଯାଇଛି।ଡିଜିଟାଲ ମାଧ୍ୟମରେ ଆୟୋଜିତ ଏହି ଉତ୍ସବକୁ ଅଭିନେତା ପ୍ରଶାନ୍ତ ନନ୍ଦ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶରତ ରାଉତ ଓ ବଟକୃଷ୍ଣ ତ୍ରିପାଠୀ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇଥିଲେ।

ଏହି ଅବସରରେ ବିଶିଷ୍ଟ ସଙ୍ଗୀତଜ୍ଞ ପଣ୍ଡିତ କେ. ରାମାରାଓ ପାତ୍ରଙ୍କୁ ୨୦୨୧ ବର୍ଷ ପାଇଁ ସମ୍ମାନଜନକ “ଗୁରୁ ସହଦେବ ପାଢ଼ୀ ସ୍ମାରକୀ ସମ୍ମାନ” ପ୍ରଦାନ କରାଯାଇଛି। ପୁରସ୍କାର ସ୍ୱରୂପ ତାଙ୍କୁ ୧୦ହଜାର ଟଙ୍କାର ଅର୍ଥରାଶି ସହ ମାନପତ୍ର, ଅଙ୍ଗବସ୍ତ୍ର ଓ ସ୍ମୃତି ଫଳକ ପ୍ରଦାନ କରାଯାଇଥିଲା।

ଶୁଭଲକ୍ଷ୍ମୀ ପାଢ଼ୀ ଏବଂ ଅନୁଷ୍ଠାନର ସଭ୍ୟଙ୍କ ସହଭାଗୀତାରେ ପରିଚାଳିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୃତ୍ୟୁଞ୍ଜୟ ରଥଙ୍କ ସଂଯୋଜନାରେ “ଉଡ୍ର” ଅନୁଷ୍ଠାନର ଶିଳ୍ପୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

 

Leave A Reply

Your email address will not be published.