Latest Odisha News

BREAKING NEWS

କରୋନା ଆତଙ୍କ: ଦିଲ୍ଲୀ, ମୁମ୍ବାଇରେ ୪ ଡାକ୍ତର, ୨ ନର୍ସ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ଦିଲ୍ଲୀରେ ୩ଜଣ ଡାକ୍ତର ଏବଂ ମୁମ୍ବାଇରେ ଜଣେ ନର୍ସ କରୋନା ଭୂତାଣୁ ସଂକ୍ରମଣ ପରୀକ୍ଷାରେ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଏଥିମଧ୍ୟରୁ ୨ଟି କେସ୍ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲ୍ ଏବଂ ଗୋଟିଏ କେସ୍ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ହସ୍ପିଟାଲର ହୋଇଥିବା ନେଇ ସୂତ୍ରରୁ ଜଣାପଡ଼ିଛି ।

ସଫଦରଜଙ୍ଗ ହସ୍ପିଟାଲରେ ଜଣେ ଡାକ୍ତର ଯିଏକି ବାଇୟୋକେମିଷ୍ଟ୍ରି ବିଭାଗର ତୃତୀୟ ବର୍ଷର ପୋଷ୍ଟ ଗ୍ରାଜୁଏଟ୍ ଛାତ୍ର ସେ ନିକଟରେ ଦୁବାଇରୁ ଫେରିଥିଲେ । ଅନ୍ୟ ଜଣକ ଡାକ୍ତର ଜଣେ ସଂକ୍ରମିତ ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ ।

ଏହି ଦୁଇଜଣ ଡାକ୍ତରଙ୍କଠାରେ କୋଭିଡ୍‌-୧୯ ଲକ୍ଷଣ ଦେଖାଯିବା ସହିତ ଦୁଇଦିନ ପୂର୍ବରୁ ନମୁନା ପରୀକ୍ଷାରେ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏବେ ସେମାନଙ୍କୁ ଡାକ୍ତରଖାନାର ଆଇସୋଲେସନ ୱାର୍ଡ଼ରେ ରଖାଯାଇ ଚିକିତ୍ସିତ କରାଯାଉଛି ।

Leave A Reply

Your email address will not be published.