Latest Odisha News

BREAKING NEWS

ଭୁବନେଶ୍ୱରରେ ଆଜି କରୋନାର ଡବଲ ସେଞ୍ଚୁରୀ

ଭୁବନେଶ୍ୱର: ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ଆଜି କରୋନା ମାରିଛି ଡବଲ ସେଂଚୁରୀ । ଏକାଥରକେ ୨୨୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଭୁବନେଶ୍ୱର ମହାନଗର ନିଗମରୁ । ସେଥିରୁ ୧୩୬ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୮୪ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହାସହ ୧୨୩ଜଣ ସୁସ୍ଥ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି ।

ସୂଚନା ଅନୁସାରେ ବରମୁଣ୍ଡା ଜଗନ୍ନାଥ ବିହାର, ଲକ୍ଷ୍ମୀସାଗରରୁ ୫ ଜଣ ଲେଖାଏଁ, ଡୁମଡୁମା ରଘୁନାଥ ନଗରରୁ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ୪ ଜଣ ପୁଲିସ କର୍ମଚାରୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ଏଥି ସହିତ ଆଇଆରସି ଭିଲେଜ, ନିଳାଦ୍ରୀ ବିହାର ରିକ୍ସା କଲୋନି, ଝାରପଡ଼ା ଜଗନ୍ନାଥ ଏଭନ୍ୟୁରୁ ୩-୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

୮୪ ଜଣ ସ୍ଥାନୀୟ ସଂକ୍ରମଣଙ୍କ ମଧ୍ୟରେ ୬ ଜଣ ଅଛନ୍ତି ବଡ଼ଗଡ଼ ବ୍ରିଟ୍‌ କଲୋନିରୁ। ଗଜପତି ନଗରରୁ ୪ ଜଣ, ବାଣିବିହାରୁ ୩ ଜଣ, ରସୁଲଗଡ଼ ଜିଜିପି କଲୋନି, ସହିଦ ନଗରରୁ ୨-୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରୁ ୫୭୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୬୯୦ଜଣ ସୁସ୍ଥ ହୋଇଛନ୍ତି ଓ ୨୮ଜଣଙ୍କର ମୃତ୍ୟୁ ଘଟିଛି । ଏବେ ବି ୧୯୮୩ଜଣ ଚିକିତ୍ସାଧୀନ ଅବସ୍ତାରେ ଅଛନ୍ତି ।

Leave A Reply

Your email address will not be published.