Latest Odisha News

BREAKING NEWS

ଅଟଳ ରାଙ୍କିଙ୍ଗ ୨୦୨୦: ଦେଶରେ ପ୍ରଥମ ସ୍ଥାନରେ କିଟ୍ ବିଶ୍ୱବିଦ୍ୟାଳୟ

ଭୁବନେଶ୍ଵର: ସୃଜନ କ୍ଷେତ୍ରରେ କିଟକୁ ମିଳିଛି ଭାରତ ସରକାରଙ୍କ ସ୍ଵୀକୃତି।

ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ଅଟଳ ରାଙ୍କିଙ୍ଗ ଅଫ୍ ଇନଷ୍ଟିଚ୍ୟୁଟସ ଅନ୍ ଇନୋଭେସନ୍ ଆଚିଭମେଣ୍ଟ (ଏଆରଆଇଆଇଏ)ରେ ସମଗ୍ର ଭାରତର ଘରୋଇ ଶିକ୍ଷାନୁଷ୍ଠାନ କ୍ଷେତ୍ରରେ କିଟ୍ ବିଶ୍ୱବିଦ୍ୟାଳୟ ପ୍ରଥମ ସ୍ଥାନରେ ରହି ଶ୍ରେଷ୍ଠ ବିବେଚିତ ହୋଇଛି।

ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଏକ ଭର୍ଚୁଆଲ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ଏହା ଘୋଷଣା କରିଛନ୍ତି।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡ. ରମେଶ ପୋଖରିୟାଲ ନିସଙ୍କ, ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସମାରଓ ଧୋତ୍ରେ, ଏଆଇସିଟିଇ ଚେୟାରମ୍ୟାନ ପ୍ରଫେସର ଅନିଲ ସହସ୍ରବୁଦ୍ଧେ, କେନ୍ଦ୍ର ଉଚ୍ଚ ଶିକ୍ଷା ସଚିବ ଅମିତ ଖେରେ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ରାଙ୍କିିଂର ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ଯଥାକ୍ରମେ ଚେନ୍ନାଇର ଏସ୍ଆରଏମ୍ ବିଶ୍ଵବିଦ୍ୟାଳୟ ଓ ଭେଲୋରର ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲୋଜି (ଭିଆଇଟି) ରହିଛନ୍ତି।

ଉଚ୍ଚତର ଶିକ୍ଷାନୁଷ୍ଠାନଗୁଡିକର ଶିକ୍ଷକ ଓ ଅଧ୍ୟାପକମାନଙ୍କ ମଧ୍ୟରେ ସୃଜନ ଓ ଔଦ୍ୟୋଗିକ ବିକାଶ ସମ୍ପର୍କିତ ମାନଦଣ୍ଡକୁ ଭିତ୍ତିକରି ଭାରତ ସରକାର ଏହି ରାଙ୍କିଙ୍ଗ ପ୍ରଦାନ କରିଥାନ୍ତି। ସୂଚନା ଯୋଗ୍ୟ, ୨୦୧୯ରେ କିଟ୍ ବିଶ୍ୱବିଦ୍ୟାଳୟ ଏହି ରାଙ୍କିଙ୍ଗରେ ଦ୍ଵିତୀୟ ସ୍ଥାନରେ ରହିଥିଲା।

କିଟ୍ ସର୍ବଦା ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ଵ ଦେଇ ଆସୁଥିବା ବେଳେ ଗବେଷଣା ଓ ଔଦ୍ୟୋଗିକ କ୍ଷେତ୍ରରେ ସମାନ ଯତ୍ନଶୀଳ ରହି ଆସିଛି। କିଟ୍ ତାର ଗବେଷଣା ଓ ଔଦ୍ୟୋଗିକ କେନ୍ଦ୍ର, ଅତ୍ୟାଧୁନିକ ପରୀକ୍ଷାଗାର, ଉତ୍କର୍ଷତା କେନ୍ଦ୍ର, ଶିଳ୍ପ, ଓ ଆନ୍ତର୍ଜାତିକ ଅନୁଷ୍ଠାନ ସହ ସହବନ୍ଧନ ଯୋଗୁଁ ଏହି ରାଙ୍କିଙ୍ଗରେ ପ୍ରଥମ ସ୍ଥାନରେ ରହି ଶ୍ରେଷ୍ଠ ବିବେଚିତ ହେବାର ଗୌରବ ଅର୍ଜନ କରିଛି।

ଗବେଷଣା ଓ ସୃଜନ କ୍ଷେତ୍ରରେ କିଟର ପ୍ରୟାସକୁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ସ୍ଵୀକୃତି ପ୍ରଦାନ କରିଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପୋଖରିଆଲଙ୍କୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.