Latest Odisha News

BREAKING NEWS

୩୬୫ କେସର ସମାଧାନରେ ମୂଖ୍ୟ ଭୂମିକା ଗ୍ରହଣ କରିଥିବା କୁକୁର ରକିର ମୃତ୍ୟୁ, ଲୁହରେ ଭରିଗଲା ଅନେକଙ୍କ ଆଖି

ମୁମ୍ବାଇ: ମହାରାଷ୍ଟ୍ର ପୋଲିସକୁ ସୋମବାର ଶକ୍ତ ଧକ୍କା ଲାଗିଛି । ଏହାର କାରଣ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । ୩୬୫ କେସ ସମାଧାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଗୋଇନ୍ଦା କୁକୁର ରକିର ଆଜି ପରଲୋକ ହୋଇଯାଇଛି । ରକିର ମୃତ୍ୟୁ ଅନେକ ଆଖି ଛଳଛଳ କରି ଦେଇଛି । ସେ ଥିଲା ମହାରାଷ୍ଟ୍ର ବିଡ ପୋଲିସର ଆଖି, କାନ ଓ ନାକ ।

ସ୍ଥାନୀୟ ପୋଲିସ ସମ୍ପୂର୍ଣ୍ଣ ସମ୍ମାନ ସହକାରେ ରକିକୁ ଅନ୍ତିମ ବିଦାୟ ଦେଇଛି । ସମସ୍ତ ପୋଲିସ କର୍ମୀ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ରକି ଡ୍ରଗ୍ସ ଓ ବିସ୍ଫୋଟକ ଦ୍ରବ୍ୟ ଖୋଜିବାରେ ପୋଲିସକୁ ବିଶେଷ ଭାବେ ସାହାଯ୍ୟ କରୁଥିଲା । ଦୀର୍ଘଦିନ ଧରି ରକି ଅସୁସ୍ଥ ଥିଲା ।

Leave A Reply

Your email address will not be published.