Latest Odisha News

BREAKING NEWS

ମୋ ସ୍କୁଲ୍ ଅଭିଯାନ ପାଇଁ ବଜେଟରେ ୮୦୫ କୋଟି ଟଙ୍କା ବ୍ୟୟବରାଦ

ଭୁବନେଶ୍ୱର: ୨୦୨୩-୨୪ ଆର୍ଥିକ ବର୍ଷ ବଜେଟରେ ଶିକ୍ଷା କ୍ଷେତ୍ରକୁ ଗୁରୁ୍ତ୍ୱ ଦିଆଯାଇଛି । ୨୦୨୩-୨୪ ଶିକ୍ଷାବର୍ଷରୁ ଶ୍ରେଣୀଗୃହ ଭିତରୋ ଓ ବାହାରେ ଛାତ୍ରାଛାତ୍ରୀଙ୍କୁ ସହାୟତା ପାଇଁ ଏକାଡେମିକ କ୍ୟାଲେଣ୍ଡର, ହାଉସ୍ ସିଷ୍ଟମ ଏବଂ ସ୍କୁଲସ୍ତରୀୟ କ୍ଲବ ପ୍ରଚଳନ କରାଯିବ ।

ଉଚ୍ଚ ବିଦ୍ୟାଳୟ ଗୁଡ଼ିକର ତଦାରଖ ଦାୟିତ୍ୱ ସ୍ୱୟଂ ସହାୟକ ଗୋଷ୍ଠୀକୁ ଦିଆଯିବ । ଏଥିପାଇଁ ବଜେଟରେ ୧୦୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ମୋ ସ୍କୁଲ୍ ଅଭିଯାନ ପାଇଁ ୮୦୫ କୋଟି ଟଙ୍କା ବ୍ୟୟବରାଦ ପ୍ରସ୍ତାବ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଲାଗି ୧୩୯ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।

ସରକାରୀ ମାଧ୍ୟମିକ ବିଦ୍ୟାଳୟରେ ପଦବୀ ପୂରଣ କରାଯିବ । ୬ ହଜାର ୨୫ଟି ଏଲଟିଆର୍ ପଦବୀ ସୃଷ୍ଟି ହେବ । ସରକାରୀ ମାଧ୍ୟମିକ ବିଦ୍ୟାଳୟରେ ୭୫୪୦ ନିୟମିତ ଶିକ୍ଷକ ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ୧,୭୯୯ କନିଷ୍ଠ ଶିକ୍ଷା ସହାୟକ ଓ ୩୩୫ ପିଜିଟି ଶିକ୍ଷକ ନିଯୁକ୍ତି ପାଇବେ । ୧୦୬ଟି ହାଇସ୍କୁଲକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିବର୍ତ୍ତନ କରାଯିବ ।

ମାଗଣା ସାଇକେଲ ପାଇଁ ସହାୟତା ରାଶିକୁ ୨ ହଜାର ୬ ଶହରୁ ୩ ହଜାର ୫ ଶହକୁ ବୃଦ୍ଧି କରାଯାଇଛି । ଏଥିପାଇଁ ୧୫୫ କୋଟି ବ୍ୟୟବରାଦ ହୋଇଛି । ଏହିଭଳି ଭାବେ ଶିକ୍ଷା କ୍ଷେତ୍ର ପାଇଁ ବଜେଟରେ ମୋଟ ୨୨ ହଜାର ୫ ଶହ ୨୮ କୋଟି ଟଙ୍କା ବ୍ୟୟବରାଦ ପାଇଁ ପ୍ରସ୍ତାବ ରହିଛି ।

Leave A Reply

Your email address will not be published.