Latest Odisha News

BREAKING NEWS

ମେଗା ଧାରାବାହିକ ‘ସୁନା ଝିଅ’ କରୁଛି ଧମାଲ

ଭୁବନେଶ୍ୱର: ଜୀ-ସାର୍ଥକରେ ପ୍ରସାରିତ ପାରିବାରିକ ମେଗା ଧାରାବାହିକ ‘ସୁନା ଝିଅ’ ଏବେ ଓଡ଼ିଶାର ଅଗଣିତ ଦର୍ଶକଙ୍କ ସୁନା ଝିଅ ହୋଇଛି । ସଫଳତାର ସହ ୨୪୩ ତମ ଏପିସୋଡ ରେ ପହଞ୍ଚିଛି ଏହି ମେଗା ଧାରାବାହିକ । ଏହା ଏବେ ଟେଲି ଦୁନିଆରେ ଧମାଲ କରୁଛି ।

‘ସୁନା ଝିଅ’ ଧାରାବାହିକ ହେଉଛି ଆମ ଓଡିଆ ଘରର ଏକ ନିଛକ କାହାଣୀ । ସୁନା ଝିଅ ହେଉଛି ପ୍ରିୟା, ଯାହାର ଇଚ୍ଛା ଜଣେ ବିଡିଓ ହୋଇ ନିଜ ମା’କୁ ଗର୍ବିତ କରିବ । ମା’ର ସୁରକ୍ଷା ଓ ସମ୍ମାନ ପାଇଁ କିଭଳି ଝିଅ ନିଜକୁ ପ୍ରସ୍ତୁତ କରିଛି ତାହା ଏହି ମେଗା ଧାରାବାହିକରେ ଦେଖିବାକୁ ମିଳିଛି । ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇ କଠିନ ପରିଶ୍ରମ ବଳରେ ଝିଅଟିଏ ନିଜ ସ୍ୱପ୍ନ ପୂରଣ କରିବା ସହ ମାଆ ଓ ସମାଜ ପାଇଁ ସୁନାଝିଅ ହେବା ଛୋଟିଆ କଥା ନୁହେଁ । ଯାହା କରିବାକୁ ଚେଷ୍ଟା କରିଛି ଝିଅଟିଏ । ପ୍ରକୃତରେ ଝିଅଟି ‘ସୁନା ଝିଅ’ ହୋଇପାରୁଛି କି ନାହିଁ ଓ ନିଜର ସ୍ୱପ୍ନ ସବୁ ପୂରଣ କରିପାରୁଛି କି ନାହିଁ ତାହା ଏଥିରେ ଦେଖିବାକୁ ମିଳିଛି । ତେବେ କାହାଣୀ ଏତିକିରେ ସରିଯାଇନି । କାହାଣୀରେ ରହିଛି ପ୍ରେମ, ବନ୍ଧୁତା ଓ ବଳିଦାନ ।
ଧାରାବାହିକ ରେ ପ୍ରମୁଖ ଭୂମିକାରେ ଅଛନ୍ତି ଚନ୍ଦନ, ଅର୍ପିତା, ଏଲି, ମାନସ, ଅଙ୍କିତା, ପ୍ରେମ, ଅମର, ଅନନ୍ଦିତା, ମାମାଲି । ଏହାର ସଂଳାପ ରଚନା କରିଛନ୍ତି ଶ୍ରୀହର୍ଷ କର, ନିର୍ଦ୍ଦେଶନା ଦେଉଛନ୍ତି ଗୈ ।ରୀଶଙ୍କର ଦାସ ଓ ପ୍ରଯୋଜନା କରିଛନ୍ତି ରୋହିତ ଗାନ୍ଧୀ ।

Leave A Reply

Your email address will not be published.