Latest Odisha News

ଅସ୍ଥି ବିସର୍ଜନ ପାଇଁ ଯିବାବେଳେ ଗଛରେ ପିଟି ହେଲା ବସ୍ : ୨୩ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ

ପୁରୀ : ପୁରୀରେ ତୀର୍ଥ ଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ  । ପୁରୀ ନିରାକାରପୁର ଜଗନ୍ନାଥ ସଡକ ରୁଆ ଛକରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଛି ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ପ୍ରାୟ ୨୩ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । ସୂଚନା ଅନୁସାରେ ବସଟି ଆଜି ସକାଳୁ ୪୦ଜଣ ଯାତ୍ରୀଙ୍କୁ ନେଇ ଅସ୍ଥି ବିସର୍ଜନ ଲାଗି ନୟାଗଡରୁ ଆସୁଥିଲା । ଏତିକି ବେଳେ ବସଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା ।

ଫଳରେ ଦୁର୍ଘଟଣାରେ ୨୩ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ । ପରେ ଖବର ପାଇ ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମବାହିନୀ ପହଞ୍ଚି ଗୁରୁତର ମାନଙ୍କୁ ଉଦ୍ଧାର କରି ସଦର ମେଡିକାଲରେ ଭର୍ତ୍ତି କରିଛନ୍ତି । ଆହତ ହୋଇଥିବା ସମସ୍ତ ଯାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି  ।  ତେବେ କେଉଁ କାରଣରୁ ଦୁର୍ଘଟଣାଟି ଘଟିଛି , ସେ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.