Latest Odisha News

BREAKING NEWS

କ୍ରୀଡା ମନ୍ତ୍ରୀ ବରଖାସ୍ତ କଲେ ସମ୍ପୂର୍ଣ୍ଣ ଶ୍ରୀଲଙ୍କା କ୍ରିକେଟ ବୋର୍ଡ

କଲମ୍ବୋ:ବିଶ୍ୱକପ କ୍ରିକେଟରେ ଭାରତ ବିପକ୍ଷରେ ଶ୍ରୀଲଙ୍କା ଲଜ୍ଜାଜନକ ପରାଜୟବରଣ କରିଛି । ଏଥିନେଇ ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏପରିକି ଶ୍ରୀଲଙ୍କା କ୍ରୀଡା ମନ୍ତ୍ରୀ ରୋଶନ ରାଣାସିଂଘେ ରାଷ୍ଟ୍ରୀୟ କ୍ରିକେଟ ବୋର୍ଡକୁ ବରଖାସ୍ତ କରି ଦେଇଛନ୍ତି । ଦୁର୍ନୀତି ଏବଂ ଅନ୍ୟ କେତେଗୁଡିଏ କାରଣ ନେଇ କ୍ରୀଡାମନ୍ତ୍ରୀ ଓ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ମଧ୍ୟରେ ବିବାଦ ଲାଗି ରହିଛି । ୧୯୯୬ ବିଶ୍ୱକପ ବିଜେତା ଅଧିନାୟକ ଅର୍ଜୁନ ରାଣାତୁଙ୍ଗାଙ୍କୁ ନେଇ ଏକ ପ୍ୟାନେଲ ଗଠନ କରାଯାଇଛି । ୭ ସଦସ୍ୟ ପ୍ୟାନେଲରେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଓ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ସାମିଲ ହୋଇଛନ୍ତି ।

ସୂଚନାଯୋଗ୍ୟ, ବିଶ୍ୱକପ ମୁକାବିଲା ଭାରତ ପ୍ରଥମେ ବ୍ୟାଟିଂ କରି ୩୫୮ ରନର ଲକ୍ଷ୍ୟ ଶ୍ରୀଲଙ୍କାକୁ ଦେଇଥିଲା । ଜବାବରେ ଶ୍ରୀଲଙ୍କା ୫୫ ରନରେ ଅଲଆଉଟ ହୋଇ ଯାଇଥିଲା । ଶନିବାରଠାରୁ କଲମ୍ବୋର ବୋର୍ଡ ଅଫିସ ନିକଟରେ ସୁରକ୍ଷା ପାଇଁ ପୋଲିସ ନିୟୋଜିତ କରାଯାଇଛି । କିଛି ଦିନ ହେବ ଶ୍ରୀଲଙ୍କା ବୋର୍ଡ ନାମରେ ବିଶୃଙ୍ଖଳିତ ଆଚରଣ, ଦୁର୍ନୀତି, ମ୍ୟାଚ ଫିକ୍ସିଂ ପରି ମାରାତ୍ମକ ଅଭିଯୋଗ ଆସିଛି । ଏହା ଖେଳାଳିଙ୍କ ପ୍ରଦର୍ଶନକୁ ମଧ୍ୟ ପ୍ରଭାବିତ କରୁଛି ।

Leave A Reply

Your email address will not be published.