ଭୁବନେଶ୍ୱର: ୨୦୨୫-୨୬ ଆର୍ଥିକ ବର୍ଷର ବିଧାନସଭାରେ ଚାଲିଛି ବଜେଟ ଅଧିବେଶନ। ଏହିସମୟରେ ମଙ୍ଗଳବାର ଗୃହରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ୫ ବର୍ଷରେ ପଞ୍ଚାୟତିରାଜ ବିଭାଗରେ ବଡ଼ଧରଣର ଦୁର୍ନୀତି ହୋଇଛି।
ସେ କହିଛନ୍ତି, ଦାରିଦ୍ର୍ୟ ଦୂରୀକରଣ ନାଁରେ ୨୮ କୋଟି ୨୫ ଲକ୍ଷ ୪୩ ହଜାର ହରିଲୁଟ୍ ହୋଇଛି। ଗୃହରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଏପରି ଲିଖିତ ଉତ୍ତର ରଖିଛନ୍ତି। ୨୦୨୧-୨୨ରେ ୨୮୧୪ ମାମଲାରେ ୪ କୋଟି ୨୮ ଲକ୍ଷ ୧୬ ହଜାର ଦୁର୍ନୀତି ହୋଇଛି।
ସେହିପରି ୨୦୨୨-୨୩ରେ ୩୮ଟି ମାମଲାରେ ୯ କୋଟି ୧୭ ଲକ୍ଷ ଟଙ୍କା ଦୁର୍ନୀତି ହୋଇଥିବା ବେଳେ ୨୦୨୩-୨୪ରେ ୨୦୩୮ ମାମଲା ୧ କୋଟି ୮୬ ଲକ୍ଷ ୬୦ ହଜାର ହଡ଼ପ କରାଯାଇଥିବା ମନ୍ତ୍ରୀ ନାୟକ କହିଛନ୍ତି।
Comments are closed.