Latest Odisha News

BREAKING NEWS

ଫିଲ୍ମ ‘ଧୂରନ୍ଧର’ରେ ନଜର ଆସିବେ ରଣବୀର ସିଂହ

ମୁମ୍ବାଇ: ଅଭିନେତା ରଣବୀର ସିଂହ ଅପକମିଂ ଫିଲ୍ମ ଧୂରନ୍ଧରର ସୁଟିଂରେ ବ୍ୟସ୍ତ ଅଛନ୍ତି। ସୁଟିଂ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏହି ଫିଲ୍ମଟି ର’ ଏଜେଣ୍ଟ ଉପରେ ଆଧାରିତ। ଏଥିରେ ଦର୍ଶକଙ୍କୁ ଆକ୍ସନ ଭରପୂର ମିଳିବ।

ମୁମ୍ବାଇର ସୁଟିଂରେ ଅକ୍ଷୟ ଖାନ୍ନା ଏବଂ ରଣବୀରଙ୍କ ଆକ୍ସନ ସିନ୍ ଅନ୍ତର୍ଭୁକ୍ତ।

ମାର୍ଚ୍ଚ ସୁଦ୍ଧା ଧୁରନ୍ଧରର ପୋଷ୍ଟ-ପ୍ରଡକ୍ସନ ହେବ। ଫଳରେ ୨୦୨୫ ଶେଷ ସୁଦ୍ଧା ମୁକ୍ତିଲାଭ କରିପାରେ। ତେବେ ଗତ ଜୁଲାଇ ମାସରୁ ଏହାର ସୁଟିଂ ଆରମ୍ଭ ହୋଇଥିଲା।

ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ଧୁରନ୍ଧରରେ ରଣବୀର ସିଂହଙ୍କ ବ୍ୟତୀତ ଆର. ମାଧବନ, ସଞ୍ଜୟ ଦତ୍ତ, ଅକ୍ଷୟ ଖାନ୍ନା, ଅର୍ଜୁନ ରାମପାଲ, ସାରା ଅର୍ଜୁନ ଏବଂ ଆହାନା କୁମରା ପ୍ରମୁଖ ଭୂମିକାରେ ନଜର ଆସିବେ।

Comments are closed.