Latest Odisha News

BREAKING NEWS

ଆତ୍ମସମର୍ପଣ କଲେ ୨୯୫ ଜଣ ମାଓ ସମର୍ଥକ

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ଶନିବାର ୨୯୫ ଜଣ ମିଲିସିଆ ବା ମାଓ ସମର୍ଥକ ଗ୍ରାମବାସୀ ପୋଲିସ ଓ ବିଏସଏଫ ନିକଟରେ ଆତ୍ମ ସମର୍ପଣ କରିଛନ୍ତି । ଯନ୍ତ୍ରୀ ବିଏସଏଫ କ୍ୟାମ୍ପ ନିକଟରେ ଜିଲ୍ଲା ପ୍ରଶାସନ, ବିଏସଏଫ ଏବଂ ପୋଲିସ ଉପସ୍ଥିତିରେ ଏହି ମାଓ ସମର୍ଥକ ମାନେ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଶପଥ ନେଇଛନ୍ତି । ଏ ସମସ୍ତେ ହେଉଛନ୍ତି ଗଣ ନାଟ୍ୟ ସଂଘର କର୍ମକର୍ତ୍ତା ।

ଏମାନେ ବିଭିନ୍ନ ସମୟରେ ମାଓବାଦୀଙ୍କୁ ସୁରକ୍ଷାକର୍ମୀଙ୍କ ସୂଚନା ଦେବା, ଅଗ୍ନିକାଣ୍ଡ କରିବା, କଳା ପତାକା ପ୍ରଦର୍ଶନ, ସରକାରୀ ସମ୍ପତ୍ତି ନଷ୍ଟ କରିବା, ଗାଡ଼ି ଜଳେଇବା, ମାଓବାଦୀଙ୍କୁ ଖାଦ୍ୟ ଯୋଗାଇବା ଆଦି ବିଭିନ୍ନ ଉପାୟରେ ମାଓ କାର୍ଯ୍ୟକଳାପରେ ସଂପୃକ୍ତ ରହୁଥିଲେ ।

ଗୋଟିଏ ଶାନ୍ତିପୂର୍ଣ୍ଣ ଜୀବନଯାପନ କରିବାକୁ ସେମାନଙ୍କୁ ସର୍ବଦା ସଚେତନ କରାଯାଉଛି ବୋଲି ପୋଲିସ କହିଛି । ଶନିବାର ଆତ୍ମସମର୍ପଣ ଅବସରରେ ଏମାନଙ୍କୁ ପୋଷାକ ଓ ମିଠା ପ୍ରଦାନ କରି ଆପାୟିତ କରାଯାଇଥିଲା । ତା’ ସହ ସେମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ରାସନ କାର୍ଡ ଓ ଜବ୍ କାର୍ଡ ମଧ୍ୟ ପ୍ରଦାନ କରାଯାଇଥିଲା ।

ଗୋଟିଏ ନୈଶ୍ୟ ଭୋଜିର ଆୟୋଜନ କରାଯାଇଥିଲା । ମାଓବାଦୀଙ୍କ ପୋଷାକ ପୋଡ଼ି ସମର୍ପିତ ଗ୍ରାମବାସୀ ମାଓବାଦ ପ୍ରତି ବିରୋଧ ପ୍ରଦର୍ଶନ କରିଥିଲେ ।

Leave A Reply

Your email address will not be published.