Latest Odisha News

ଚୀନ ସୀମା ନିକଟରୁ ଯବାନ ନିଖୋଜ

ନୂଆଦିଲ୍ଲୀ: ଚୀନ ସୀମା ନିକଟରେ ଅରୁଣାଚଳ ପ୍ରଦେଶରେ ଡ୍ୟୁଟି କରୁଥିବା ଜଣେ ଯବାନ ମେ ୨୯ରୁ ନିଖୋଜ ଥିବା ବାଟାଲିୟନ ଅଫିସର ଯବାନଙ୍କ ପତ୍ନୀଙ୍କୁ ଜଣାଇଛନ୍ତି । ଡେରାଡୁନର ପ୍ରକାଶ ସିଂ ରାଣା ଠକଲା ୧୨ ଦିନ ହେବ ନିଖୋଜ ହେବା ପରେ ସେନାଧିକାରୀ ବାଧ୍ୟ ହୋଇ ଏହି ସୂଚନା ଦେଇଥିଲେ । ତେବେ ଭାରତର କୌଣସି ଯବାନକୁ ବନ୍ଧକ ରଖାଯାଇ ନାହିଁ ବୋଲି ଚୀନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଯବାନଜଣକ ନଦୀରେ ପଡି ଭାସି ଯାଇଥିବା ଆଶଙ୍କା କରାଯାଉଛି । ଚୀନ ପୂର୍ବ ଲଦାଖ ବର୍ଡରରେ ଜେ୨୦ ଓ ଜେ୧୧ ଫାଇଟର ଜେଟ ନିୟୋଜିତ କରିଥିବାରୁ ଭାରତ ପକ୍ଷରୁ ଚିନ୍ତା ବ୍ୟକ୍ତ କରାଯାଇଛି । ସେହିପରି କାଶଗର, ହେତାନ ଓ ନ୍ୟାରୀ ଗୁସାଂ ଏୟାରବେସକୁ ଅପଗ୍ରେଡ କରିଛି ।

Leave A Reply

Your email address will not be published.