Latest Odisha News

BREAKING NEWS

ବରଗଡ଼ରୁ ୨୯୭ ଗ୍ରାମ୍ ବ୍ରାଉନସୁଗାର ଜବତ, ଟାର୍ଗେଟରେ ଥିଲେ ସମ୍ଭ୍ରାନ୍ତ ପରିବାରର ଯୁବକ, ଯୁବତୀ

ବରଗଡ଼: ସହରରୁ ସହର… ଜିଲ୍ଲାରୁ ଜିଲ୍ଲା । ଧଳା ଜହର ପଛରେ ଓଡ଼ିଶା ! ଓଡ଼ିଶାର ଭାତହାଣ୍ଡି ବରଗଡ଼ ଏବେ ବ୍ରାଉନାସୁଗାର ବେପାରୀଙ୍କ କବଜାରେ । ସହରର ମହାନ୍ତି ପଡ଼ା ଅଞ୍ଚଳରୁ ଅବକାରୀ ବିଭାଗ ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି । ମାମଲାରେ ଅବକାରୀ ବିଭାଗ ରାଜୁ ତାଣ୍ଡି ନାମକ ଯୁବକକୁ ଗିରଫ କରିଥିବା ବେଳେ ତା’ଠାରୁ ଜବତ ହୋଇଛି ୨୯୭ ଗ୍ରାମ୍ ବ୍ରାଉନସୁଗାର ।

ବ୍ରାଉନସୁଗାର ସହ ଅଭିଯୁକ୍ତ ଠାରୁ ୧ ଲକ୍ଷ ଟଙ୍କା, ମୋବାଇଲ୍ ଜବତ କରାଯାଇଛି । ଏନେଇ ଅବକାରୀ ବିଭାଗ ଏକ ମାମଲା ରୁଜୁ କରିଥିବା ବେଳେ ରାଜୁ କେଉଁଠୁ, କାହାଠାରୁ ବ୍ରାଉନସୁଗାର ଆଣୁଥିଲା ? ଏଥିରେ ଆଉ କିଏ ସମ୍ପୃକ୍ତ ? ଏହା ପଛରେ କୌଣସି ରାକେଟ ରହିଛି କି ? ଏସବୁକୁ ନେଇ ତଦନ୍ତ କରୁଛି ଅବକାରୀ ବିଭାଗ ।

ତଦନ୍ତ ବେଳେ ଜଣାପଡ଼଼ିଛି ସହରର ଧନୀ ପରିବାରକୁ ଟାର୍ଗେଟ୍ କରୁଥିଲା ରାଜୁ । ଅନଲାଇନ୍ ମାଧ୍ୟମରେ ଟଙ୍କା ଆଣି ସମ୍ଭ୍ରାନ୍ତ ପରିବାରର ଯୁବକ, ଯୁବତୀଙ୍କୁ ବ୍ରାଉନସୁଗାର ଯୋଗାଉଥିବା ଅବକାରୀ ଅଧୀକ୍ଷକ ସୁବନ କୁମାର ନାୟକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏଥିସହ ଏଥିର ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.