Latest Odisha News

BREAKING NEWS

ମନ୍ଦିର ଉପରେ ଆକ୍ରମଣ ବରଦାସ୍ତ କରାଯିବନି, ୟୁକେ-କାନାଡା ପ୍ରତି କଠୋର ହେଲା ଭାରତ

ନୂଆଦିଲ୍ଲୀ:  ନିକଟ ଦିନରେ ବ୍ରିଟେନ୍ ଏବଂ କାନାଡାରେ  ମନ୍ଦିର  ଉପରେ ଆକ୍ରମଣ ଏବଂ ହିନ୍ଦୁ ଧର୍ମର ପ୍ରତୀକର ଭଙ୍ଗାରୁଜାର ଅନେକ ଘଟଣା ସାମ୍ନାକୁ ଆସିଛି। ଏହା ଭାରତୀୟଙ୍କୁ ବହୁତ ବ୍ୟଥିତ କରିଛି। ମାମଲାକୁ ଗମ୍ଭୀରତାର ସହ ନେଇଛନ୍ତି କେନ୍ଦ୍ର ସରକାର। ପ୍ରତିଟି ସ୍ଥିତି ଉପରେ କଡା ନଜର ରଖିଛନ୍ତି। ଖୁବ୍ ଶୀଘ୍ର ମାମଲାକୁ ନେଇ ଦୁଇ ଦେଶକୁ କଡା ସନ୍ଦେଶ ପଠାଇବାକୁ ବିଚାର କରାଯାଉଛି। ଭାରତ ଲିସେଷ୍ଟରରେ ଭାରତୀୟ ସମୁଦାୟଙ୍କ ବିରୋଧରେ ହୋଇଥିବା ହିଂସାର କଡା ବିରୋଧ କରିଛି। ବ୍ରିଟେନର ଅଧିକାରୀଙ୍କ ସାମ୍ନାରେ କଡା ଆପତ୍ତି ପ୍ରକାଶ କରିଛି ଭାରତ। କେନ୍ଦ୍ର ସରକାର ଏହାର ମଧ୍ୟ ବିଚାର କରୁଛନ୍ତି ଯେ, କେମିତି ବ୍ରିଟେନର ସୁରକ୍ଷା ଏଜେନ୍ସି ବିଚ୍ଛିନ୍ନତାବାଦୀଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଶିଖ କଠୋରପନ୍ଥୀ ଦ୍ଵାରା ଧନ ସଂଗ୍ରହ ଘଟଣାକୁ ଅଣଦେଖା କରୁଛି।

ମୋଦୀ ସରକାର ଦୁଇ ଦେଶରେ ଭାରତ ବିରୋଧୀ ଘଟଣାର ଜବାବ ଦେବାକୁ ନିଷ୍ପତ୍ତି ନେଇଛି। ବୈଦେଶିକ ମନ୍ତ୍ରୀ ସୁବ୍ରମଣ୍ୟମ ଜୟଶଙ୍କର ଏବଂ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ଦୁଇ ଦେଶରେ ହିନ୍ଦୁ ବିରୋଧୀ ଘଟଣା ବିଷୟରେ ପଚାରି ବୁଝିଛନ୍ତି।

କାନାଡର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ୟୁକ୍ରେନର କବଜାରେ ଥିବା ଅଞ୍ଚଳରେ ରୁଷ ଦ୍ଵାରା ହେଉଥିବା ଜନମତ ସଂଗ୍ରହର କଡା ନିନ୍ଦା କରିଛନ୍ତି। ମାତ୍ର ସେ ସେପ୍ଟେମ୍ବର ୧୯ରେ ବ୍ରାମ୍ପଟନ ଏବଂ ଓଣ୍ଟରିଆରେ ନିଷେଧ ଶିଖ ଫର ଜଷ୍ଟିସ ସଂଗଠନ ଦ୍ଵାରା ଆୟୋଜିତ ଜନମତ ସଂଗ୍ରହ ପ୍ରତି ଆଖି ବୁଜି ଦେଇଥିଲେ। ନରେନ୍ଦ୍ର ମୋଦୀ ସରକାର ଗ୍ଲୋବାଲ ଏଫାୟର୍ସ କାନାଡାକୁ ତିନୋଟି ରାଜନୈତିକ ସନ୍ଦେଶ ପଠାଇ ବେଆଇନ ଜନମତ ସଂଗ୍ରହ ରୋକିବାକୁ କହିଛନ୍ତି।

ଟ୍ରୁଡୋ ସରକାର ସେପ୍ଟେମ୍ବର ୧୬ରେ ମୋଦୀ ସରକାରଙ୍କୁ ଜବାବ ଦେଇ କହିଛନ୍ତି, କାନାଡା ଭାରତର କ୍ଷେତ୍ରୀୟ ଅଖଣ୍ଡତା ଏବଂ ସାର୍ବଭୌମତ୍ଵର ସମ୍ମାନ କରୁଛି। କାନାଡା ଏମିତି ତଥାକଥିତ ଜନମତ ସଂଗ୍ରହକୁ ମାନ୍ୟତା ଦିଏ ନାହିଁ। ହେଲେ ୟୁକ୍ରେନ ମାମଲା ପରି କଠୋରପନ୍ଥୀ ଶିଖ ସଂଗଠନ ଦ୍ଵାରା ଆୟୋଜିତ ଜନମତ ସଂଗ୍ରହକୁ ପ୍ରଧାନମନ୍ତ୍ରୀ ଟ୍ରୁଡୋ କୌଣସି ନିନ୍ଦା କରି ନାହାନ୍ତି। ଟ୍ରଡୋ ସରକାର ନିଜ ପ୍ରତିକ୍ରିୟାରେ ଏହା ମଧ୍ୟ କହିଛନ୍ତି, କାନାଡାରେ ବ୍ୟକ୍ତିମାନେ ଏକତ୍ର ହେବା ଏବଂ ନିଜର ବିଚାର ବ୍ୟକ୍ତ କରିବାର ଅଧିକାର ରହିଛି।

Leave A Reply

Your email address will not be published.