Latest Odisha News

BREAKING NEWS

ଅଭାବ ଅନଟନରେ ଅସହାୟ ମହିଳା; ସରକାରୀ ସହାୟତାକୁ ଅପେକ୍ଷା

ଯାଜପୁର: ଦଇବ ସାଧିଲା ଦାଉ । ସ୍ୱାମୀ ଚାଲିଗଲେ ଆର ପାରିକୁ । ୨ କଅଁଳା ଶିଶୁ ଓ ବୃଦ୍ଧା ଶାଶୁଙ୍କୁ ଧରି ଭୋକ ଉପାସରେ ଦିନ କାଟୁଛନ୍ତି ଜଣେ ଅସହାୟ ମହିଳା ।

ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ପୁବଳ ଗ୍ରାମର ସଙ୍ଗିତା ମୁଣ୍ଡା ।ପରିବାର କହିଲେ ୨ ଶିଶୁ ପୁତ୍ର ଓ ବୁଢ଼ୀ ଶାଶୁ । ଦିନ ଥିଲା ହସଖୁସିରେ ଏମାନଙ୍କ ସମୟ ବିତୁଥିଲା । ୬ ମାସ ତଳେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଲେ ସଙ୍ଗିତାଙ୍କ ସ୍ୱାମୀ ମଙ୍ଗୁ ମୁଣ୍ଡା। ତେବେ ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତିଙ୍କୁ ହରାଇ ଏବେ ବେସାହାରା ହୋଇପଡିଛି ପୁରା ପରିବାର । ପେଟକୁ ୨ ଓଳି ୨ ମୁଠା ଖଦ୍ୟ ଯୋଗାଡ କରିବା ଏମାନଙ୍କ ପାଇଁ ସମ୍ଭବ ହେଉନାହିଁ । ମାଗିକି ଓଳିଏ ଖାଇଲେ ଆର ଓଳି ଉପାସ । ସେପଟେ ସରକାରୀ ସହାୟତା କହିଲେ ଏମାନଙ୍କୁ କେବଳ ରାସନ କାର୍ଡରେ ଚାଉଳ ମିଳୁଥିବା ସେ କହିଛନ୍ତି ।
ରକ୍ଷଣା ବେକ୍ଷଣ ଅଭାବରୁ ଏମାନେ ରହୁଥିବା ମାଟି ଝୁମ୍ପୁଡି ଘର ମଧ୍ୟ ଭାଙ୍ଗିରୁଜି ଗଲାଣି । ଏଭଳି ପରିସ୍ଥିତିରେ ଏହି ପରିବାରକୁ ଆବାସ ଯୋଜନାରେ ଘର, ଭତା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ସ୍ୱେଚ୍ଛାସେବୀ ସଙ୍ଗଠନ । ସେପଟେ ଏହି ପରିବାରକୁ ଯଥାଶିଘ୍ର ସମସ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବା ନେଇ ପ୍ରକ୍ରିୟା ଚାଲିଥିବା କହିଛନ୍ତି ସ୍ଥାନୀୟ ସରପଞ୍ଚ।

Leave A Reply

Your email address will not be published.