Latest Odisha News

BREAKING NEWS

ଆଜିଠୁ ସମ୍ବଲପୁରରେ ଦ୍ୱିତୀୟ ପର୍ଯ୍ୟାୟ ସଟଡାଉନ୍

ସମ୍ବଲପୁର: ସମ୍ବଲପୁରରେ ଆଜିଠାରୁ ଆରମ୍ଭ ହେଉଛି ସଟଡାଉନର ଦ୍ୱିତୀୟ ପର୍ଯ୍ୟାୟ । ୨୬ ତାରିଖରୁ ୩୧ ତାରିଖ ଯାଏଁ ଏହି କଟକଣା ଜାରି ରହିବା ନେଇ ସୂଚନା ମିଳିଛି । ଏହି ଦ୍ଵିତୀୟ ପର୍ଯ୍ୟାୟରେ ପ୍ରଥମ ପର୍ଯ୍ୟାୟର କଟକଣା କିଛିଟା କୋହଳ କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଏଠାରେ ତେଜରାତି ଦୋକାନ, ପରିବା ଦୋକାନ ଆଦି ସକାଳ ୬ ଟାରୁ ଦିନ ୧ଟା ଯାଏଁ ଖୋଲିବ । ମାତ୍ର କିଣାକିଣି ସମୟରେ ସମସ୍ତ ଦୋକାନ ଗୁଡିକରେ ସାମାଜିକ ଦୂରତା ରକ୍ଷା ସହିତ ଗ୍ରାହକ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିଛି ।

ଅନ୍ୟପଟେ କୋଭିଡ୍ ଗାଇଡଲାଇନ୍ ନମାନିଲେ, ଅମାନିଆଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସମ୍ବଲପୁର ଜିଲ୍ଲାପାଳ କହିଛନ୍ତି । ଏହି ସମୟରେ କୋଭିଡ୍ କଟକଣା ଯାଂଚ ପାଇଁ ୪ ଜଣ ମାଜିଷ୍ଟ୍ରେଟଙ୍କୁ ଦାୟିତ୍ୱ ଦିଆଯାଇଛି ।

ସୂଚନାଯୋଗ୍ୟ, ଜୁଲାଇ ୨୧ ରୁ ୩୧ ତାରିଖ ଯାଏଁ ସମ୍ବଲପୁରରେ ଘୋଷଣା ହୋଇଥିଲା କଟକଣା । ଏହା ଦୁଇଟି ପର୍ଯ୍ୟାୟରେ ଲାଗୁ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟ କଟକଣା ଜୁଲାଇ ୨୧ରୁ ଜୁଲାଇ ୨୫ ଯାଏଁ ରହିଥିଲା ।

Leave A Reply

Your email address will not be published.