Latest Odisha News

BREAKING NEWS

ଦିନକୁ ୧୦ ଗ୍ଲାସରୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଏହିସବୁ ସମସ୍ୟା

ଭୁବନେଶ୍ୱର: ଡାକ୍ତରଙ୍କ ପରାମର୍ଶ ଅନୁସାରେ ଦିନକୁ ୮-୧୦ ଗ୍ଲାସ ପାଣି ପିଇବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ଅନେକ ଶାରୀରିକ ସମସ୍ୟା ମଧ୍ୟ ଦୁରେଇ ରହିଥାଏ ।

ତେବେ କଣ ଆପଣ ଜାଣନ୍ତି ଦିନକୁ ଦରକାର ଠାରୁ ଅଧିକ ପାଣି ପିଇଲେ କି କି ଅସୁବିଧା ହୋଇଥାଏ…

ଦିନକୁ ଦରକାରଠାରୁ ଅଧିକ ପାଣି ପିଇବା ଦ୍ୱାରା କିଡ୍‌ନୀକୁ ଦରକାରଠାରୁ ଅଧିକ କାମ କରିବାକୁ ପଡ଼ିଥାଏ । ଯାହାଦ୍ୱାରା ଶରୀରରେ ଅନେକ ସମସ୍ୟା ଦେଖାଯାଇଥାଏ ।

ଅଧିକ ପାଣି ପିଇଲେ ଓଭରହାଇଡ୍ରେସନର ସମସ୍ୟା ଦେଖା ଯାଇଥାଏ । ଯାହାର ସିଧା ପ୍ରଭାବ କିଡ୍‌ନୀ ଉପରେ ପଡ଼ିଥାଏ । କିଡ୍‌ନୀ ଶରୀରରେ ପାଣିକୁ ସୁଦ୍ଧ କରିବାର କାମ କରିଥାଏ । ଅଧିକ ପାଣି ପିଇବା ଦ୍ୱାରା କିଡ୍‌ନୀ ସବୁ ପାଣିକୁ ଶରୀରରୁ ବାହାର କରି ପାରି ନଥାଏ । ଯାହାଦ୍ୱାରା କିଡ୍‌ନୀ ଉପରେ ଚାପ ପଡ଼ିବା ଆରମ୍ଭ ହୋଇ ଯାଇଥାଏ ।

ଦରକାରଠାରୁ ଅଧିକ ପାଣି ପିଇବା ଦ୍ୱାରା ଖାଦ୍ୟ ହଜମ ହେବା ପରିବର୍ତ୍ତେ ବଦ୍‌ହଜମିର ସମସ୍ୟା ଆରମ୍ଭ ହୋଇ ଯାଇଥାଏ । ଅଧିକ ପାଣି ପିଇଲେ ପାଚନ ରସ ଠିକ୍‌ ଭାବରେ କାମ କରିବା ବନ୍ଦ କରି ଦେଇଥାଏ ।

ଅଧିକ ପାଣି ପିଇବା ଦ୍ୱାରା ରକ୍ତର ଘନତ୍ୱ ବଢ଼ିଥାଏ । ଯାହାଦ୍ୱାରା ହୃଦ୍‌ଜନିତ ସମସ୍ୟା ହେବାର ଆଶଙ୍କା ବଢ଼ି ଯାଇଥାଏ ।

Leave A Reply

Your email address will not be published.