Latest Odisha News

ଭିନ୍ନଭିନ୍ନ ୩ଟି ସ୍ଥାନରେ ଦୁର୍ଘଟଣା; ଚାଲିଗଲା ୬ ଜୀବନ

ନବରଙ୍ଗପୁର/ଦେବଗଡ/ଭବାନୀପାଟଣା: ଥମୁନି ସଡ଼କ ଦୁର୍ଘଟଣା । ଗୋଟିଏ ଦିନରେ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଛି । ନବରଙ୍ଗପୁରର ଦୁଇଜଣ , କଳାହାଣ୍ଡିର ଦୁଇଜଣ  ଏବଂ ଦେବଗଡର ଦୁଇଜଣ ବ୍ୟକ୍ତି  ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ।

ନବରଙ୍ଗପୁରରେ ଗୁରୁବାର ରାତିରେ ଦୁର୍ଘଟଣା ଘଟି ୨ ଜଣଙ୍କର ମୃତ୍ୟୁ ଘଟିଛି । ଉମରକୋଟ ସହରର ଆଦର୍ଶ ବିଦ୍ୟାଳୟ  ନିକଟରେ ଏକ ଦୁର୍ଘଟଣା ଘଟିଥିଲା । ଏକ ବାଇକକୁ ଘୋଷାଡି ନେଇଥିଲା ଟ୍ରକ । ଫଳରେ ୨ ଆାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିଲା । ସେମାନେ ହେଲେ ଉମରକୋଟ ପୌରାଞ୍ଚଳ ଚଢେଇଗୁଡା ଗାଁର ମହେଶ ଗଣ୍ଡ ଓ ଅଜୟ ସୁନା । ଏହାର ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲେ ଏବଂ କ୍ଷତପୂରଣ ଦାବି କରିଥିଲେ ।

ସେହିପରି   କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଦେପୁର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ଫଳରେ ୨ ବାଇକ ଚାଳକଙ୍କ ମୃତ  । ଦୁଇ ମୃତକ ହେଲେ କଳାହାଣ୍ଡି ସଦର ଥାନା ଅନ୍ତର୍ଗତ ଗୋପୀନାଥ ପୁର ଗ୍ରାମର ୨୧ ବର୍ଷୀୟ ଯୁବକ କୁନା ମାଝୀ ଓ ୧୯ ବର୍ଷୀୟ ବୈକୁଣ୍ଠ ଗୌଡ । ଉଭୟ ବାଇକରେ ଯାଉଥିବାବେଳେ ମୁହାଁମୁହିଁ ଧକ୍କା ହୋଇଥିଲା ।

ସେହିପରି ଗୁରୁବାର ଅପରାହ୍ନ ୩ଟାରେ ଦେବାଗଡ ଜିଲ୍ଲା ବାରକୋଟ ଥାନା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ୨ ଜଣଙ୍କର ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରୁ ଜଣେ  ହେଲେ ସ୍ଥାନୀୟ ଅଞ୍ଚଳର ଚିନ୍ତାମଣି ସାହୁ  । ତେବେ ଅନ୍ୟ ଜଣଙ୍କର ପରିଚୟ ମିଳିନାହିଁ । ଉଭୟରେ ଦୁଇଟି ବାଇକରେ ଦ୍ରୁତ ଗତିରେ ଯାଉଥିବାବେଳେ ୨୩ ନମ୍ବର ଜାତୀୟ ରାଜପଥ ନିକଟ ମରଡଙ୍ଗ ଛକଟାରେ ମୁହାଁମୁହିଁ ଧକ୍କା ଘଟିଥିଲା ।

Leave A Reply

Your email address will not be published.