Latest Odisha News

BREAKING NEWS

୩ ବଲରେ ୬, ୪, ୬ ମାରି ବରୋଦାକୁ ସେମିଫାଇନାଲରେ ପ୍ରବେଶ କରାଇଲେ ବିଷ୍ଣୁ ସୋଲାଙ୍କି

ଅହମ୍ମଦାବାଦ: ସୟେଦ ମୁସ୍ତାକ ଅଲି ଟି୨୦ ଟୁର୍ଣ୍ଣାମେଂଟରେ ବିଷ୍ଣୁ ସୋଲାଙ୍କିଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ବରୋଦା ୮ ଉଇକେଟରେ ହରିୟାଣାକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ସୋଲାଙ୍କି ଶେଷ ୩ଟି ବଲରେ ୬, ୪ ଓ ୬ମାରି ଦଳକୁ ଜିତାଇଥିଲେ । ପ୍ରଥମେ ବ୍ୟାଟିଂ କରି ହରିୟାଣା ୭ ଉଇକେଟ ବିନିମୟରେ ୧୪୮ ରନ କରିଥିଲା ।

୧୪୯ ରନର ଟାର୍ଗେଟକୁ ପିଛା କରୁଥିବା ବରୋଦା ବ୍ୟାଟ୍ସମ୍ୟାନଙ୍କ ଧୀମା ବ୍ୟାଟିଂ ଯୋଗୁ ଅସୁବିଧାରେ ପଡିଥିଲା । ଅନ୍ତିମ ଓଭରର ଶେଷ ୩ ବଲରେ ଦଳ ୧୫ ରନ ଆବଶ୍ୟକ କରୁଥିଲା । ସୋଲାଙ୍କି ଦଳ ପାଇଁ ଏହି ଟାର୍ଗେଟ ହାସଲ କରି ନେଇଥିଲେ । ସେ ୪୬ ବଲରେ ୭୧ ରନର ଇନିଂସ ଖେଳିଥିଲେ । ଏଥିରେ ୫ ଛକା ଓ ୪ ଚୌକା ସାମିଲ ଥିଲା ।

Leave A Reply

Your email address will not be published.