Latest Odisha News

ତାଣ୍ଡବକୁ ଲାଗିଲା ସୁପ୍ରିମକୋର୍ଟଙ୍କ କଂରେଟ, ୱେବ ସିରିଜ ଟିମକୁ ଗ୍ରାସିଲା ଗିରଫ ଭୟ

ନୂଆଦିଲ୍ଲୀ: ୱେବ ସିରିଜ ତାଣ୍ଡବକୁ ଲାଗିଛି ସୁପ୍ରିମକୋର୍ଟଙ୍କ କଂରେଟ । ଆମାଜନ ପ୍ରାଇମରେ ରିଲିଜ ହୋଇଥିବା ଏହି ୱେବସିରିଜରେ ହିନ୍ଦୁ ଦେବତାଙ୍କୁ ଜାଣିଶୁଣି ଅପମାନିତ କରାଯାଇଥିବା ଅଭିଯୋଗ ହୋଇଥିଲା । ଏଥିନେଇ ମାମଲା ରୁଜୁ କରାଯାଇଥିଲା । ଗିରଫ ହେବା ଭୟରେ ତାଣ୍ଡବ ଟିମ୍ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ମାନ୍ୟବର କୋର୍ଟ କୌଣସି ପ୍ରକାରର ସୁରକ୍ଷା ଯୋଗାଇ ଦେବାକୁ ମନା କରି ଦେଇଛନ୍ତି । ଫଳରେ ତାଣ୍ଡବ ଟିମକୁ ଗିରଫ ଭୟ ଗ୍ରାସିଛି ।

ଉତରପ୍ରଦେଶ, ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ମଧ୍ୟ ମାମଲା ରୁଜୁ କରାଯାଇଛି । ଏବେ ତାଣ୍ଡବ ଟିମ୍ ବାରମ୍ବାର କ୍ଷମା ମାଗିଥିଲେ ମଧ୍ୟ ଏଥିପ୍ରତି କେହି ଗୁରୁତ୍ୱ ଦେଉ ନାହାନ୍ତି । କୌଣସି ଧର୍ମର ଲୋକଙ୍କୁ ତୁମେ ଆଘାତ ଦେବା ଭଳି କାର୍ଯ୍ୟ କରିପାରିବ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ପକ୍ଷରୁ ସ୍ପଷ୍ଟ ଭାବେ ଜଣାଇ ଦିଆଯାଇଛି ।

Leave A Reply

Your email address will not be published.