Latest Odisha News

BREAKING NEWS

ଜନ୍ମମାଟିରେ ରାଷ୍ଟ୍ରପତିଙ୍କ ୨ୟ ଦିନ: ପାହାଡପୁରରେ ସ୍ୱର୍ଗତ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଏବଂ ୩ ଟ୍ରେନର ଶୁମ୍ଭାରମ୍ଭ କଲେ ମହାମହିମ

ବାରିପଦା :ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଆଜି ୨ୟ ଦିନ । ଆଜି ପାହାଡପୁର ଓ ରାଇରଙ୍ଗପୁରରେ ରାଷ୍ଟ୍ରପତି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଏହି ଅବସରରେ ରାଷ୍ଟ୍ରପତି ଆଜି ନିଜ ବାସଭବନରୁ ବାହାରି ପାହାଡପୁରରେ ପହଞ୍ଚିଛନ୍ତି । ପାହାଡପୁରର ମୁର୍ମୁ ଛକରେ ସ୍ୱାମୀ ତଥା ସ୍ୱର୍ଗତ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି ।

ପାହାଡପୁରରେ ପହଞ୍ଚି ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ରାଷ୍ଟ୍ରପତି । ଏହି ସମୟରେ ବେଶ ଭାବବିହ୍ୱଳ ହୋଇପଡିଥିଲେ । ସେଠାରୁ ଆସିବା ପରେ ଏଲଆଣ୍ଡଟି ପକ୍ଷରୁ ଆୟୋଜିତ ଏକ ଦକ୍ଷତା ବିକାଶ କେନ୍ଦ୍ରକୁ ଉଦଘାଟନ କରିଛନ୍ତି  ।

ମୟୂରଭଞ୍ଜ ଜିଲ୍ଲାର ବାଦାମପାହାର ରେଳ ଷ୍ଟେସନରେ ତାଙ୍କ ଜନ୍ମ ସହର ରାଇରଙ୍ଗପୁରକୁ ସଂଯୋଗ କରୁଥିବା ତିନୋଟି ନୂତନ ଟ୍ରେନକୁ ସବୁଜ ପତାକା ଦେଖାଇ ଉନ୍ମୋଚନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଟ୍ରେନ ଗୁଡିକ ହେଲା ବାଦାମପାହାଡ-ଟାଟାନଗର ମେମୁ, ବାଦାମପାହାଡ –ରାଉରକେଲା ସାପ୍ତାହିକ ଏକ୍ସପ୍ରେସ ଏବଂ ବାଦାମପାହାଡ-ଶଲିମାର ସାପ୍ତାହିକ ଏକ୍ସପ୍ରେସ । ଏହା ପୂର୍ବରୁ ରାଇରଙ୍ଗପୁର ଷ୍ଟେସନକୁ ଗୋଟିଏ ବି ମେଲ/ଏକ୍ସପ୍ରେସ ଟ୍ରେନ ଆସୁ ନ ଥିଲା ।

ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ବିଶ୍ୱେଶ୍ୱର ଟୁଡୁ ଉପସ୍ଥିତ ଥିଲେ ।

ଏହାପରେ ରାଷ୍ଟ୍ରପତି ବାଦାମପାହାଡ ରେଲୱେଷ୍ଟେସନର ଆଧୁନିକୀକରଣ ପାଇଁ ଶିଳାନ୍ୟାସ କରିବେ ଏବଂ ରାଇରଙ୍ଗପୁର ପୋଷ୍ଟାଲ ଡିଭିଜନର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ପରେ ସେ ବାଦାମପାହାଡ ଶଲିମାର ଏକ୍ସପ୍ରେସରେ ୨୦୦ ସ୍କୁଲ ଛାତ୍ରଛାତ୍ରୀଙ୍କ ଗହଣରେ ୩୨କିମି ଯାତ୍ରା କରିବେ । ଏହି ଅବସରରେ ରାଷ୍ଟ୍ରପତିଙ୍କ ପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର ବଗିରେ ନ ଯାଇ ସାଧାରଣ ଏସି ବଗିରେ ଯାତ୍ରା କରିବେ । ସନ୍ଧ୍ୟାରେ ସେ ବୁର୍ଲା ଭୀର ସୁରେନ୍ଦ୍ର ସାଇ ୟୁନିଭରସିଟି ଅଫ୍ ଟେକ୍ନୋଲୋଜିର 15 ତମ ବାର୍ଷିକ ସମାରୋହକୁ ଉଦବୋଧନ ଦେବେ ।

Leave A Reply

Your email address will not be published.