Latest Odisha News

BREAKING NEWS

ଅଧା ରହିଗଲା ଜଗା ଦର୍ଶନ, ସଡ଼କ ଦୁର୍ଘଟଣାରେ ଚାଲି ଗଲା ଦୁଇ ଜୀବନ

ଯାଜପୁର: ଅଧାରେ ରହିଗଲା ଜଗା ଦର୍ଶନ । ପବିତ୍ର ଅଁଳା ନବମୀ ଅବସରରେ ଜଗା ଦର୍ଶନ ପାଇଁ ପୁରୀ ଗଲାବେଳେ ସଡକ ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ । ୧୬ ନଂ ଜାତୀୟ ରାଜପଥ ଅନ୍ତର୍ଗତ ପାଣିକୋଇଲି ଶର୍ମା ପେଟ୍ରୋ ପମ୍ପ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣା ସ୍ଥଳରେ ଦୁଇ ମୃତ , ୮ ଗୁରୁତର । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗୁରୁତର ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ସହ ମୃତକଙ୍କୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ସେପଟେ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଆଜି ସକାଳୁ ଭଦ୍ରକ ଜିଲ୍ଲାର ୩ଟି ପରିବାରର ମୋଟ ଦଶଜଣ ଲୋକ ଏକ ଅଟୋ ଯୋଗେ ପୁରୀ ଯାଉଥିବା ବେଳେ ଭୋର ପ୍ରାୟ ୪ଟା ସମୟରେ ପାଣିକୋଇଲି ନିକଟରେ ଏକ ଅଜଣା ଗାଡ଼ି ଅଟୋକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ଜଣ ଗୁରୁତର ହୋଇଥିଲେ । ଖବର ପାଇ  ପ୍ରଥମେ ସ୍ବେଛାସେବୀ ଅନୁଷ୍ଠାନ ହେଲ୍ପିଂ ହ୍ୟାଣ୍ଡ ଗ୍ରୁପ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ୮ଜଣଙ୍କୁ ଉଦ୍ଧାର କରିବା ସହ ଆମ୍ବୁଲାନ୍ସ ଯୋଗେ ଯାଜପୁର ମୁଖ୍ୟ ଚିକିତ୍ସାଳୟ ପଠାଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ମୃତ ଶରୀରକୁ ଜବତ କରି ବ୍ୟବଛେଦ ପାଇଁ ଯାଜପୁର ମୂଖ୍ୟ ଚିକିତ୍ସାଳୟ ପଠାଇ ତଦନ୍ତ ଜାରି ରଖିଛି । ସେପଟେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଗୁରୁତର ୮ଜଣଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଅତ୍ୟଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ତେବେ ମୃତକ ଦ୍ଵୟ ହେଉଛନ୍ତି  ୧୧ବର୍ଷୀୟ ବାଳକ ଶିବେନ୍ଦ୍ର ମହାପାତ୍ର ଓ  ୨୦ ବର୍ଷୀୟ ବାଳିକା ପୂଜା ସାହୁ ।

Leave A Reply

Your email address will not be published.