Latest Odisha News

BREAKING NEWS

ଶୀତଦିନେ କିପରି ନେବେ ତ୍ଵଚାର ଯତ୍ନ, ଜାଣନ୍ତୁ କିଛି ଘରୋଇ ଉପାୟ…

ଭୁବନେଶ୍ଵର: ଆରମ୍ଭ ହୋଇଗଲାଣି ଶୀତଋତୁ। ଶୀତଦିନରେ କିଛି ଲୋକ ମାନଙ୍କର ଚର୍ମ ଜନିତ ସମସ୍ୟା ଦେଖା ଯାଇଥାଏ । ଶୀତଦିନରେ ବିଶେଷ କରି ମହିଳା ମାନଙ୍କ କ୍ଷେତ୍ରରେ ମୁହଁ, ଗୋଡ, ହାତ ଫାଟିବା ଭଳି ସମସ୍ୟା ଦେଖା ଯାଇଥାଏ । କାରଣ ଶୀତଦିନରେ ସ୍କିନ ଡ୍ରାଏ ହୋଇଯାଏ ଯାହା କାରଣରୁ ସ୍କିନ ଫାଟିଥାଏ । ତେବେ ଏମିତି କିଛି ଉପାୟ ରହିଛି, ଯାହାର ଉପଯୋଗରେ ଶୀତଦିନରେ ଆପଣ ତ୍ୱଚାର ଚମକ୍ ଆଣିପାରିବେ । ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ…

ଯଦି ଆପଣ ସାବୁନ ବ୍ୟବହାର କରୁଛନ୍ତି ତେବେ ଏହା ଶୀତ ଦିନେ ବନ୍ଦ କରିଦିଅନ୍ତୁ । କାରଣ ସାବୁନରେ ରହୁଥିବା କାଷ୍ଟିକ ସୋଡ଼ା  ତ୍ୱଚାକୁ କଳା ପକାଇବା ସହ ଏହାକୁ ଶୁଖିଲା କରେଇ ଦେଇଥାଏ । ଏହା ବଦଳରେ ଆପଣ ଘରେ ଥିବା ଦେଶୀ ଗାଇର ଖିର ୫୦ ଗ୍ରାମକୁ ଶରୀରରେ ମାଲିସ୍ କରନ୍ତୁ ଓ ଅଧଘଣ୍ଟା ଛାଡ଼ିଦିଅନ୍ତୁ । ଏହାପରେ ଗାଧାନ୍ତୁ । ଦେଖିବେ ଆପଣଙ୍କ ଶରୀର ସପୂର୍ଣ୍ଣ ସଫା ହେଇଯିବ । ଦହି ଓ ମୁଲତାନୀ ମାଟିକୁ ସଂଗ୍ରହ କରନ୍ତୁ ଓ ତାକୁ ମିଶାଇ ପେଷ୍ଟ ବନେଇ ନିଅନ୍ତୁ । ଗାଧୋଇବାର ଅଧଘଣ୍ଟା ପୁର୍ବରୁ ତାକୁ ଶରୀରରେ ଲଗାଇ ମାଲିସ୍ କରନ୍ତୁ ଓ ଗାଧୋଇ ପଡ଼ନ୍ତୁ । ଏହାଦ୍ୱାରା ଶରୀର କୋମଳ ରହିବ ।

ବେସନ ଓ ମଲାଇକୁ ମିଶାଇ ତାର ମଧ୍ୟ ଏକ ପେଷ୍ଟ ବନେଇ ନିଅନ୍ତୁ । ତାହାକୁ ଭଲ ଭାବେ ତ୍ଵଚାରେ ମାଲିସ୍ କରି ଅଧଘଣ୍ଟା ପରେ ଗାଧୋଇ ପଡନ୍ତୁ । ସେହିପରି ମଶୁର ଡ଼ାଲିକୁ ପାଉଡ଼ର ବନାଇ ତାକୁ ମହୁ ସହ ମିଶେଇ ରଖନ୍ତୁ । ଗାଧୋଇବା ସମୟରେ ତାକୁ ଶରୀରରେ ଲଗାଇ ଗାଧୋଇ ପଡନ୍ତୁ । ଏହିସବୁ ଉପାୟ ଅବଳମ୍ବନ କଲେ ଆପଣଙ୍କ ତ୍ୱଚା ଶୀତ ଦିନେ କୋମଳ ରହିବ ଏବଂ ସାବୁନର ଆବଶ୍ୟକତା ପଡ଼ିବନି ।

 

Leave A Reply

Your email address will not be published.