Latest Odisha News

BREAKING NEWS

ତିନିଦିନ ପାଇଁ କାମାକ୍ଷାନଗର NAC ସଟଡାଉନ୍

ଢେଙ୍କାନାଳ: କରୋନା କବଳକୁ ଆସୁଛି ଢେଙ୍କାନାଳ ଜିଲ୍ଲା । ଅନ୍ୟ ଜିଲ୍ଲା ଗୁଡିକ ଭଳି ଢେଙ୍କାନାଳ ଜିଲ୍ଲାରେ ବଢ଼ିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ରବିବାର ଦିନ ଏଠାରୁ ୨୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଭିତରେ କେବଳ କାମାକ୍ଷାନଗର ଏନଏସିରୁ ଅଛନ୍ତି ୧୯ ଜଣ ଆକ୍ରାନ୍ତ । ଯାହା ସଧାରଣରେ ଭୟର ବାତାବରଣ ସୃଷ୍ଟି କରିଛି । ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ତିନି ଦିନ ଯାଏଁ ଏହି ଅଞ୍ଚଳରେ ସଟଡାଉନ୍ ଘୋଷଣା କରିଛି ଜିଲ୍ଳା ପ୍ରଶାସନ । ଏହି ସୂଚନା ଜାରି କରିଛନ୍ତି ଢେଙ୍କାନାଳ ଜିଲ୍ଲାପାଳ ।

ଗତକାଲି ଚିହ୍ନଟ ଏହି ୧୯ ଜଣ ନୂଆ ଆକ୍ରାନ୍ତ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ବେଳେ ଏମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କାମାକ୍ଷାନଗର ଏନଏସିରେ ଆଜିଠାରୁ ୧୨ ତାରିଖ ଯାଏଁ ସଟଡାଉନ୍ କଟକଣା ଲାଗୁ ରହିବ ।

ଏହି କଟକଣା ସାମ୍ୟରର ଲୋକଙ୍କୁ ଘରୁ ନବାହାରିବା ପାଇଁ ନିବେଦନ କରିଛି ଜିଲ୍ଲା ପ୍ରଶାସନ ।ଏହା ସହ କଣ୍ଟାକ୍ଟ ଟ୍ରେସିଂ, ଟ୍ରାକିଂ, ସର୍ଭେଲାନ୍ସ ଓ ଟେଷ୍ଟିଂ ଆଦି କରାଯିବ । ପଜିଟିଭ୍ ଚିହ୍ନଟ ଅଞ୍ଚଳର ଲୋକଙ୍କ ନମୁନା ସଂଗ୍ରହ କରାଯିବ ।

Leave A Reply

Your email address will not be published.