Latest Odisha News

BREAKING NEWS

ନୟାଗଡରେ କାର-ବାଇକ ମୁହାଁମୁହିଁ ଧକ୍କା, ୩ ମୃତ

ନୟାଗଡ: ନୟାଗଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର-ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ୩ ଜଣ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି । ମୃତକମାନେ ହେଲେ ଦୀପକ ମେଦେନି ରାୟ, ପରମେଶ୍ବର ଜାନି ଓ ଗୋକୁଳା ନନ୍ଦ ନାୟକ ।

ସୂଚନା ଅନୁସାରେ, ଆଜି (ଶନିବାର) ଅପରାହ୍ନ ସମୟରେ ଛତିଶଗଡ଼ରୁ ଗୋଟିଏ ପରିବାରକୁ ନେଇ ଆସୁଥିବା ଏକ କାର ଦଶପଲ୍ଲା ଥାନା ସୁବଳୟା ଛକ ନିକଟରେ ସାମ୍ନାପଟୁ ଆସୁଥିବା ଏକ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା ଫଳରେ ୩ ଜଣ ବାଇକ ଆରୋହୀଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ଘଟଣାସ୍ଥଳରେ କିଛି ସମୟ ଧରି ଉତ୍ତେଜନା ଦେଖାଦେଇଥିଲା ।

ଖବରପାଇ ପୋଲିସ ପହଞ୍ଚି ବୁଝାସୁଝା କଲା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଘଟଣାରେ ପୋଲିସ କାର୍ ଡ୍ରାଇଭରକୁ ଅଟକ ରଖିଛି । ମୃତଦେହ ଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡ଼ିକାଲ୍‌ ପଠାଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

Leave A Reply

Your email address will not be published.