Latest Odisha News

BREAKING NEWS

ଭଦ୍ରକର ତିନି ନୂଆ କରୋନା ପଜିଟିଭ ରୋଗୀଙ୍କ ରହିଛି ପଶ୍ଚିମବଙ୍ଗ ଲିଙ୍କ୍‌

ଭୁବନେଶ୍ୱର: ଭଦ୍ରକରୁ ଚିହ୍ନଟ ହୋଇଛନ୍ତି ତିନି ନୂଆ କରୋନା ପଜିଟିଭ ରୋଗୀଙ୍କର ପଶ୍ଚିମବଙ୍ଗ ଲିଙ୍କ୍ ରହିଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ପୂର୍ବରୁ ଭଦ୍ରକରେ ଚିହ୍ନଟ ହୋଇଥିବା କରୋନା ପଜିଟିଭ୍‌ଙ୍କ ସାଙ୍ଗରେ ଏହି ତିନି ଜଣ ଗୋଟିଏ ଗାଡିରେ ପଶ୍ଟିମବଙ୍ଗରୁ ଭଦ୍ରକ ଆସିଥିବା ବିଭାଗ ପକ୍ଷରୁ ଟ୍ୱିଟରରେ ସୂଚନା ଦିଆଯାଇଛି । ଏହି ତିନି ବ୍ୟକ୍ତିଙ୍କ ବୟସ ୪୦, ୫୫ ଓ ୩୫ ବର୍ଷ ହୋଇଥିବା ଜଣାପଡିଛି । ଏଥି ସହ ରାଜ୍ୟରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୮୨ ହୋଇଛି ।

ରାଜ୍ୟର କରୋନା ପଜିଟିଭ ଚିହ୍ନଟ ରୋଗୀଙ୍କ ମଧ୍ୟରୁ ୮୦ ପ୍ରତିଶତ ଲୋକଙ୍କ ପାଖରେ କୌଣସି ଲକ୍ଷଣ ଦେଖାଯାଉନାହିଁ । ତେଣୁ ସଂକ୍ରମିତ ରାଜ୍ୟଗୁଡିକରୁ ଓଡିଶା ଆସିଥିବା ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବାର ସମ୍ଭାବନା ରହିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ଟ୍ୱିଟ୍ ଜରିଆରେ ଏହି ଭଳି ସମସ୍ତ ବ୍ୟକ୍ତିଙ୍କୁ ନମୁନା ପରୀକ୍ଷା ପାଇଁ ଆଗେଇ ଆସିବାକୁ ବିଭାଗ ପକ୍ଷରୁ କୁହାଯାଇଛି । ଏହାଦ୍ୱାରା ସେମାନେ ନିଜେ ଓ ନିଜ ପରିବାରକୁ କରୋନା ମହାମାରୀରୁ ରକ୍ଷା କରିପାରିବେ ବୋଲି ବିଭାଗ ଉଲ୍ଲେଖ କରିଛି ।

ଏଥି ସହିତ ନମୁନା ପରୀକ୍ଷା ଓ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା ରହିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.