Latest Odisha News

BREAKING NEWS

ଲକ୍‌ଡ଼ାଉନ ୨.୦: ସକାଳ ୮ଟାରୁ ଦିନ ୨ଟା ଯାଏଁ ଖୋଲା ରହିବ ବ୍ୟାଙ୍କ୍‌

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ପରାମର୍ଶ କ୍ରମେ ଓଡ଼ିଶାର ସମସ୍ତ ବ୍ୟାଙ୍କ ଏହି ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡ଼ାଉନ ସମୟରେ ସକାଳ ୮ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲା ରହିବା ନେଇ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସଏଲବିସି) ନିଷ୍ପତ୍ତି ଗ୍ରହଣ କରିଛି ।

ଏହି ସମୟ ମଧ୍ୟରେ ବ୍ୟାଙ୍କ ଗୁଡ଼ିକର ସମସ୍ତ ଗ୍ରାହକମାନେ ବ୍ୟାଙ୍କରେ ଉପସ୍ଥିତ ରହି ଡିପୋଜିଟ, ଟଙ୍କା ଉଠାଣ, ଆରଟିଜିଏ/ଏନଇଏଫଟି, ଚେକ୍ କ୍ଲିୟରିଂ ସହିତ ଅନ୍ୟାନ୍ୟ ସମସ୍ତ ସୁବିଧା ପାଇପାରିବେ ।

ଏବେ ଦେଖିବାକୁ ଗଲେ ବିଭିନ୍ନ ବ୍ୟାଙ୍କର ଶାଖା ଗୁଡ଼ିକ ମାଧ୍ୟମରେ କୃଷକମାନଙ୍କୁ ତଥା ବିଭିନ୍ନ ହିତାଧିକାରୀମାନଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯାଉଛି । ଏପରିକି ଏସଏଚଜି, ପିଏମଜେଡ଼ିୱାଇ ଏବଂ ଏମଏସଏମଇ ଅନ୍ତର୍ଗତ ସଂସ୍ଥା ତଥା ହିତାଧିକାରୀମାନଙ୍କୁ ଜରୁରୀ ପାଣ୍ଠି ଯୋଗାଇ ଦିଆଯାଉଛି ।

Leave A Reply

Your email address will not be published.