Latest Odisha News

BREAKING NEWS

କରୋନା ସଙ୍କଟରେ ନୂଆ ଆଶା; କାଲି ମନୁଷ୍ୟ ଦେହରେ କୋଭିଡ୍‌-୧୯ ଭାକ୍ସିନ୍ ପରୀକ୍ଷା କରିବ ଇଂଲଣ୍ଡ !

ଲଣ୍ଡନ: ଗୁରୁବାରଠୁ ମଣିଷଙ୍କ ଉପରେ କରୋନାଭାଇରସ୍ ଟିକା ପରୀକ୍ଷଣ ଆରମ୍ଭ କରିବ ଇଂଲଣ୍ଡ । ଏ ନେଇ ଏକ ପ୍ରେସ୍ କନଫେରେନ୍ସ ଜରିଆରେ ଘୋଷଣା କରିଛନ୍ତି ଇଂଲଣ୍ଡର ସ୍ୱାସ୍ଥ୍ୟ ସଚିବ ମ୍ୟାଟ୍ ହାଙ୍କୋକ୍ ।

ପ୍ରେସ୍ କନଫେରେନ୍ସ ଅବସରରେ ମ୍ୟାଟ୍ କହିଥିଲେ କରୋନାଭାଇରସ୍ ବିରୋଧରେ ଇଂଲଣ୍ଡର ଉଦ୍ୟମ ସଫଳ ହୋଇଛି । ଆଗକୁ ଯାଇ ଭ୍ୟାକ୍ସିନ୍ ଜରିଆରେ କୋଭିଡ-୧୯କୁୁ ପରାସ୍ତ କରିହେବ । ଭ୍ୟାକ୍ସିନ୍ ପାଇଁ ଅନ୍ୟ ଦେଶମାନଙ୍କ ଅପେକ୍ଷା ଇଂଲଣ୍ଡ ସବୁଠୁ ଅଧିକ ଟଙ୍କା ଖର୍ଚ୍ଚ କରିବା ସହ ଦିନରାତି ଅନୁସନ୍ଧାନ ଚଳାଇଥିଲା ।

ବିବିସି ନ୍ୟୁଜ ରିପୋର୍ଟ ଅନୁଯାୟୀ ଅକ୍ସଫୋର୍ଡ ୟୁନିଭର୍ସିଟି ଦ୍ୱାରା ପ୍ରସ୍ତୁତ ଭ୍ୟାକ୍ସିନ୍ କାଲି ମନୁଷ୍ୟଙ୍କ ଉପରେ ପରୀକ୍ଷଣ ହେବ । ଭ୍ୟାକ୍ସିନ୍ ବାବଦକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଇଂଲଣ୍ଡ ୨୦ ମିଲିଅନ ପାଉଣ୍ଡ ଅକ୍ସଫୋର୍ଡ ୟୁନିଭର୍ସିଟିକୁ ଦେବ ଓ ପରେ ୨୦.୫ ମିଲିଅନ ପାଉଣ୍ଡ ଇମ୍ପେରିଆଲ୍ କଲେଜରେ ବିନିଯୋଗ କରିବ ।

ତେବେ ଯଦି ଇଂଲଣ୍ଡର ଭ୍ୟାକ୍ସିନ୍ ପରୀକ୍ଷା ସଫଳ ହେବ ସାରା ବିଶ୍ୱ ଯେ ଏଥିରେ ଉପକୃତ ହେବେ ଏଥିରେ କୌଣସି ସନ୍ଦେହ ନାହିଁ ।

Leave A Reply

Your email address will not be published.