Latest Odisha News

BREAKING NEWS

ନେପାଳ ପ୍ରଳୟଙ୍କାରୀ ବନ୍ୟା; ନିଖୋଜ ଓଡ଼ିଆଙ୍କ ସଂଖ୍ୟା ୫କୁ ବୃଦ୍ଧି 

ଭୁବନେଶ୍ୱର: ନେପାଳରେ ଆସିଥିବା ଭୟଙ୍କର ବନ୍ୟାରେ ବରଗଡ ଜିଲ୍ଲାର ଗୋଟିଏ ପରିବାରର ତିନି ଜଣ ସଦସ୍ୟ ନିଖୋଜ ହେବା ନେଇ ଜଣାପଡ଼ିଛି। ଏନେଇ ଶୁକ୍ରବାର ଦିନ ଅଧିକାରୀମାନେ କହିଛନ୍ତି।

ନିଖୋଜ ବ୍ୟକ୍ତିମାନେ ଗୁନ୍ନମ ଜୟକୃଷ୍ଣ, ତାଙ୍କ ସ୍ତ୍ରୀ ଗୁନ୍ନମ ସାଇ ବିନ୍ଦୁ କୁମାରୀ ଏବଂ ସେମାନଙ୍କର ଦୁଇ ବର୍ଷର ଝିଅ ବୋଲି ଚିହ୍ନଟ କରାଯାଇଛି। ସେମାନେ ବରଗଡର ଜାମପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସରଲା ଗ୍ରାମର ବାସିନ୍ଦା ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ଜୟକୃଷ୍ଣ ନେପାଳରେ ଏକ ଜଳ ପ୍ରକଳ୍ପରେ କାମ କରୁଥିଲେ। ଭୟଙ୍କର ବନ୍ୟା ଏବଂ କାଦୁଅ ଧସିବା ପରେ ପରିବାର ସଦସ୍ୟମାନେ ସେମାନଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ସ୍ଥାପନ କରିପାରିନାହାନ୍ତି।

ବରଗଡ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ସ୍ପଷ୍ଟ କରିଛନ୍ତି ଯେ ସରଲା ଗ୍ରାମର ଏକ ଦମ୍ପତି ଏବଂ ପରିବାର ସଦସ୍ୟ ବର୍ତ୍ତମାନ ନେପାଳରେ ନିଖୋଜ ଅଛନ୍ତି। ଜିଲ୍ଲା ପ୍ରଶାସନ ଘଟଣା ବିଷୟରେ ରାଜ୍ୟ ସରକାରଙ୍କୁ ଅବଗତ କରିଛି ଏବଂ ନେପାଳରୁ ସେମାନଙ୍କର ନିରାପଦ ଉଦ୍ଧାର ଏବଂ ସ୍ଥାନାନ୍ତର ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ସ୍ଥାପନ ପାଇଁ ପ୍ରୟାସ ଜାରି ରହିଛି।

ଭୋଟେକୋଶି ନଦୀରେ ଏକ ବିଶାଳ ବନ୍ୟା ପରେ ନେପାଳ ସ୍ଥିତିରୁ ବାହାରିବା ପାଇଁ ସଂଘର୍ଷ ଜାରି ରଖିଛି। ବରଗଡ ଜିଲ୍ଲାର ଏହି ତିନି ଜଣଙ୍କ ସହିତ ନେପାଳ ବିପର୍ଯ୍ୟୟରେ ଓଡ଼ିଶାରୁ ନିଖୋଜ ହୋଇଥିବା ଲୋକଙ୍କ ସଂଖ୍ୟା ବର୍ତ୍ତମାନ ପାଞ୍ଚକୁ ବୃଦ୍ଧି ପାଇଛି।

Comments are closed.