Latest Odisha News

BREAKING NEWS

ଓଡ଼ିଶାର ୫ ଜିଲ୍ଲାରେ ବର୍ଷା ସମ୍ଭାବନା 

ଭୁବନେଶ୍ୱର: ଭୁବନେଶ୍ୱର ସହର ସମେତ ଓଡ଼ିଶାର ପ୍ରାୟ ପାଞ୍ଚଟି ଜିଲ୍ଲାରେ ଶୁକ୍ରବାର ଅପରାହ୍ନରେ ଘଡ଼ଘଡ଼ି ଏବଂ ବିଜୁଳି ସହିତ ବର୍ଷା ହେବାର ସମ୍ଭାବନା ଅଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଡି) ସତର୍କତା ଜାରି କରି କହିଛି।

ଅପରାହ୍ନରେ ଜାରି ବିଜ୍ଞପ୍ତି ଅନୁଯାୟୀ, ଆଇଏମଡି ଆଗାମୀ ତିନି ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଖୋର୍ଦ୍ଧା (ଭୁବନେଶ୍ୱର) ଏବଂ ଯାଜପୁର ଜିଲ୍ଲା ପାଇଁ ଏକ ହଳଦିଆ ସତର୍କତା ଜାରି କରିଛି। ଏହି ସମୟ ମଧ୍ୟରେ ଜିଲ୍ଲାଗୁଡ଼ିକରେ ଘଡ଼ଘଡ଼ି ଏବଂ ବିଜୁଳି ସହିତ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ।

ଲୋକମାନଙ୍କୁ ପାଣିପାଗ ପରିସ୍ଥିତି ଉପରେ ନଜର ରଖିବାକୁ ଏବଂ ବଜ୍ରପାତରୁ ସୁରକ୍ଷା ପାଇଁ ସେହି ଅନୁସାରେ ଯୋଜନା କରିବାକୁ ପରାମର୍ଶ ଦିଆଯାଇଛି।

Comments are closed.