Latest Odisha News

BREAKING NEWS

ଘର ଭିତରେ ପଶିଗଲା ଟ୍ରକ, ୩ ଗୁରୁତର

ବଡବିଲ: ରାତିରେ ଶୋଇଥିବା ବେଳେ ଘର ଉପରେ ମାଡ଼ିଗଲା ହାଇଓ୍ୱା । ଦୁର୍ଘଟଣାରେ ଗୋଟିଏ ପରିବାରର ତିନି ଜଣ ଗୁରୁତର ହୋଇଛନ୍ତି । ଏଭଳି ଅଭାବନୀୟ ଦୁର୍ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବଲାଣୀ ଥାନା ଅନ୍ତର୍ଗତ ଡର୍ବି ଛକରେ । ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ଏହି ଦୁର୍ଘଟଣା ଘଟିଛି ।

ହାଇଓ୍ୱାଟି ଭାରସାମ୍ୟ ହରାଇ ଡର୍ବି ଛକରେ ଥିବା ଗୋପାଳ ମୁଣ୍ଡାଙ୍କ ଘର ଭିତରେ ପଶିଯାଇଥିଲା । ଘର ଭିତରେ ଶୋଇଥିବା ବେଳେ ଗୋପାଳ ମୁଣ୍ଡାଙ୍କ ତିନି ପିଲାଙ୍କ ଉପରେ ଚଢ଼ାଯାଇଥିଲା ଟ୍ରକ । ଦୁର୍ଘଟଣାର ଗୋପାଳଙ୍କର ତାଙ୍କର ଦୁଇ ଝିଅ ଓ ପୁଅ ଆହତ ହୋଇଛନ୍ତି । ସେମାନଙ୍କୁ କେନ୍ଦୁଝର ଓ ବଡବିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଗୋପାଳ ଓ ତାଙ୍କ ପତ୍ନୀ ଅନ୍ୟତ୍ର ଶୋଇଥିବାରୁ ବର୍ତ୍ତି ଯାଇଛନ୍ତି । ତେବେ ତାଙ୍କ ଘରଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଛି ହାଇଓ୍ୱା ଡ୍ରାଇଭର । ବଲାଣି ଥାନା ପୋଲିସ ଗାଡ଼ିକୁ ଜବତ କରିବା ସହ ମାଲିକଙ୍କୁ ଅଟକ ରଖିଛି ।

Leave A Reply

Your email address will not be published.