Latest Odisha News

BREAKING NEWS

ଦାୟିତ୍ୱରୁ ଓହରି ନାହାଁନ୍ତି ଶିକ୍ଷକ, ଆନ୍ଦୋଳନରେ ସାମିଲ ହୋଇ ନାହାଁନ୍ତି ୩ ଶିକ୍ଷକ ସଂଘ

ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ଶିକ୍ଷକଙ୍କ ଆନ୍ଦୋଳନରେ ସାମିଲ ହୋଇନାହାନ୍ତି ତିନି ଶିକ୍ଷକ ସଂଘ । ଲେଫ୍ଟଆଉଟ୍ ଗଣଶିକ୍ଷକ, ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସ-କ୍ୟାଡର) ମହାସଂଘ ଓ ନିଖିଳ ଓଡିଶା ପ୍ରାଥମିକ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ ସଂଘ ଏହି ଧାରଣାକୁ ସମର୍ଥନ କରୁନାହାଁନ୍ତି । ସଂଘର ସଦସ୍ୟମାନେ ସମୂହ ଛୁଟିରେ ନଯାଇ ବିଦ୍ୟାଳୟରେ ନିଜ ଦାୟିତ୍ୱକୁ ତୁଲାଉଛନ୍ତି। ଲେଫ୍ଟଆଉଟ୍ ଗଣଶିକ୍ଷକ ସଂଘର ସଭାପତି ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶାସନ ସଚିବଙ୍କ ନିକଟକୁ ପତ୍ର ଲେଖିଛନ୍ତି ।

BjdElectrycity

ସଭାପତି ରାଜକିଶୋର ତ୍ରିପାଠୀ ପତ୍ରରେ ଉଲ୍ଲେଖ କରିଛନ୍ତି, ଦାବି ପୂରଣ ପାଇଁ ସବ୍‌-କମିଟି ମାଧ୍ୟମରେ ଆଲୋଚନା କରାଯାଇଛି। ଦାବି ଗୁଡିକ ପୂରଣ ହେବ ବୋଲି ଆମେ ଆଶାବାଦୀ ଅଛୁ। ଆମ ସଂଘ ଧାରଣାରେ ଯୋଗ ଦେଇନାହିଁ। ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସ-କ୍ୟାଡର) ମହାସଂଘ ପକ୍ଷରୁ ଆନ୍ଦୋଳନକୁ ଅସହଯୋଗ କରାଯାଉନଥିବା ନେଇ ବିଭାଗୀୟ ଶାସନସଚିବଙ୍କ ନିକଟକୁ ମଧ୍ୟ ପତ୍ର ଲେଖିଛନ୍ତି। ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ ଖମାରୀ ଏହି ପତ୍ରରେ ଲେଖିଛନ୍ତି, ପାଞ୍ଚ ଦଫା ଦାବି ପୂରଣ ନେଇ ଏକ୍ସ-କ୍ୟାଡର ଶିକ୍ଷକମାନେ ଗଣତାନ୍ତ୍ରିକ ପଦ୍ଧତିରେ ଧାରଣା ଦେଉଛନ୍ତି। ମିଳିତ ଶିକ୍ଷକ ମଞ୍ଚ କରୁଥିବା ଆନ୍ଦୋଳନ ଓ ସମୂହ ଛୁଟିକୁ ଆମେ ସମର୍ଥନ ନକରି ବିଦ୍ୟାଳୟ ପରିଚାଳନା କରୁଛୁ।

ନିଖିଳ ଓଡିଶା ପ୍ରାଥମିକ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ ସଂଘ ଧାରଣାରେ ଅଂଶଗ୍ରହଣ କରିନଥିବା ନେଇ ଏକ ପତ୍ର ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ନିକଟକୁ ଲେଖିଛନ୍ତି। ସେମାନେ ଉଲ୍ଲେଖ କରିଛନ୍ତି, ବିଭିନ୍ନ ଦାବି ନେଇ ବହୁ ଶିକ୍ଷକ ସଂଗଠନ ସମୂହ ଛୁଟିରେ ଯାଇ ଧାରଣା ଦେଇଛନ୍ତି। ଆମ ସଂଘ ପକ୍ଷରୁ ଏମିତି କୌଣସି ପଦକ୍ଷେପ ନିଆଯାଇନାହିଁ। ସଂଘରେ ଥିବା ଶିକ୍ଷକମାନେ ଛୁଟିରେ ନରହି ନିଜ ଦାୟିତ୍ୱ ତୁଲାଉଛନ୍ତି। ଏହାକୁ ଗୁରୁତ୍ୱ ଦିଆଯାଇ ଆମର ଦାବିକୁ ପୂରଣ କରାଯାଉ ବୋଲି ସେମାନେ ପତ୍ରରେ ନିବେଦନ କରିଛନ୍ତି।

Leave A Reply

Your email address will not be published.