Latest Odisha News

BREAKING NEWS

୩ ବର୍ଷୀୟ ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା

ଥାନେ : ମହାରାଷ୍ଟ୍ରର ଭିୱାଣ୍ଡିରୁ ଆସିଲା ଲଜ୍ଜାଜନକ ଘଟଣା। ୩ ବର୍ଷୀୟ ଶିଶୁକନ୍ୟାକୁ ଦୁଷ୍କର୍ମ କରିବା ପରେ କରାଯାଇଛି ହତ୍ୟା । ସୂଚନା ଅନୁଯାୟୀ, ପିଡ଼ୀତାଙ୍କ ବାପା ଜଣେ ସ୍କ୍ରାପ ଦୋକାନ କରିଥିବା ବେଳେ ମା’ ବ୍ୟାଗ ତିଆରି ୟୁନିଟରେ କାମ କରନ୍ତି । ଘଟଣା ଦିନ ପୀଡ଼ିତାଙ୍କ ପରିବାର ଲୋକ କାମ କରିବା ପାଇଁ ବାହାରକୁ ଚାଲି ଯାଇଥିଲେ । ଏହି ସମୟରେ ପୀଡ଼ିତା ଓ ତାଙ୍କର ଦୁଇ ଭାଇ (୭ବର୍ଷ ଓ ୫ ବର୍ଷ) ଘରେ ଏକା ରହିଥିଲେ। ସନ୍ଧ୍ୟାରେ ଯେତେବେଳେ ବାପା ମା’ ଘରକୁ ଆସିଥିଲେ ସେତେବେଳେ ଝିଅ ଘରେ ନଥିଲା। ସେମାନେ ଝିଅକୁ ବହୁତ ଖୋଜାଖୋଜି କରିଥିଲେ ହେଲେ ଝିଅକୁ ପାଇନଥିଲେ ପରେ ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ ଅନୁଯାୟୀ ପୋଲିସ ଘଟଣାର ତଦନ୍ତ କରିଥିଲା। ବୁଧବାର ଦିନ ଖୋଲା ପଡ଼ିଆରୁ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରିଥିଲା। ତେବେ ପ୍ରଥମିକ ତଦନ୍ତରୁ ଜଣାପଡ଼ିଥିଲା ଯେ, ଝିଅଟିକୁ ପ୍ରଥମେ ଦୁଷ୍କର୍ମ କରାଯାଇଥିଲା ଓ ପରେ ତଣ୍ଟିଚିପି ହତ୍ୟା କରାଯାଇଥିଲା। ପୋଲିସ ଏହି ଘଟଣାରେ ପାୱାରଲୁମ ଶ୍ରମିକ ଭାବେ କାମ କରୁଥିବା ଜଣେ ୨୬ ବର୍ଷୀୟ ଯୁବକକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି  । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି  ।

Leave A Reply

Your email address will not be published.