Latest Odisha News

BREAKING NEWS

୨୦୫୦ ସୁଦ୍ଧା ଭାରତର ୩୦ ସହରରେ ଦେଖାଦେବ ଜଳ ସଙ୍କଟ

ନୂଆଦିଲ୍ଲୀ: ଆଗାମୀ କିଛି ଦଶନ୍ଧି ବେଳକୁ ଭାରତର ୩୦ ସହରରେ ଜଳ ସଙ୍କଟ ଦେଖାଯିବ ବୋଲି ୱାଲ୍ଡ ୱାଇଡ୍ ଫଣ୍ଡ ଫର୍ ନେଚର (ଡବ୍ଲ୍ୟୁଡବ୍ଲ୍ୟୁଏଫ)ର ଏକ ରିପୋର୍ଟରୁ ସୂଚନା ମିଳିଛି ।

ଡବ୍ଲ୍ୟୁଡବ୍ଲ୍ୟୁଏଫ ୱାଟର୍ ରିସ୍କ ଫିଲ୍ଟର ରିପୋର୍ଟ ଅନୁଯାୟୀ, ଜୟପୁର, ଇନ୍ଦୋର, ଅମୃତସର, ପୁଣେ, ଶ୍ରୀନଗର, କୋଲକାତା, ବେଙ୍ଗାଲୁରୁ, ମୁମ୍ବାଇ, କୋଜିକୋଡ୍ ଏବଂ ବିଶାଖାପାଟଣା ଆଦି ସହରରେ ଜଳ ସଙ୍କଟ ଉତ୍କଟ ହେବ ।

ଆହୁରି ମଧ୍ୟ ଅନ୍ତର୍ଜାତୀୟ ତଥା ଜାତୀୟ ଅର୍ଥନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ବିଶ୍ୱର ୧୦୦ଟି ସହରରେ ଭାରତର ୩୦ ସ୍ଥାନ ରହିଛି । ଯେଉଁଥିରେ ବେଜିଂ, ଜାକାର୍ତ୍ତା, ଜୋହାନବର୍ଗ, ଇସ୍ତାନବୁଲ୍‌, ହଂକଂ ଓ ମେକା ଭଳି କିଛି ସହର ରହିଛି ।

ସେହିପରି ଚୀନର ଅଧା ସହର, ଦକ୍ଷିଣ ଏସିଆ, ମଧ୍ୟପ୍ରାଚ୍ୟ, ଦକ୍ଷିଣ ଆମେରିକା ଓ ଆଫ୍ରିକା ମଧ୍ୟ ସାମିଲ ହେବ । ଏସବୁ ସହରରେ ପାଖାପାଖି ୩୫୦ ମିଲିୟନ୍ ଲୋକ ରହୁଥିବାବେଳେ ୨୦୫୦ ବେଳକୁ ପ୍ରାୟ ୫୧% ଲୋକ ଜଳ ସଙ୍କଟର ସମ୍ମୁଖୀନ ହେବେ ବୋଲି ଡବ୍ଲ୍ୟୁଡବ୍ଲ୍ୟୁଏଫର ରିପୋର୍ଟରୁ ସୂଚନା ମିଳିଛି ।

Leave A Reply

Your email address will not be published.