Latest Odisha News

୩୦ ବର୍ଷ ପରେ ବାପା ତୁଲାଇଥିବା ମନ୍ତ୍ରୀ ପଦ ହାତେଇଲେ ଜ୍ୟୋତିରାଦିତ୍ୟ

ନୂଆଦିଲ୍ଲୀ:୩୦ ବର୍ଷ ପରେ ବାପା ମାଧବରାଓ ସିନ୍ଧିଆ ଯେଉଁ ବିଭାଗରେ ମନ୍ତ୍ରୀ ଥିଲେ ଆଜି ସେହି ବିଭାଗରେ କ୍ୟାବିନେଟ ମନ୍ତ୍ରୀ ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ । ୧୯୯୧ରୁ ୯୩ ପର୍ଯ୍ୟନ୍ତ ମାଧବରାଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଥିଲେ । ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ସେ ସେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ ।

ଜ୍ୟୋତିରାଦିତ୍ୟ ପୂର୍ବରୁ ମନମୋହନ ସିଂଙ୍କ ସରକାର ବେଳେ କେନ୍ଦ୍ର ଯୋଗାଯୋଗ ଓ ଆଇଟି ମନ୍ତ୍ରୀ ଥିଲେ । ଏବେ ସେ ଏହି ବିଭାଗ ଦାୟିତ୍ୱ କିଭଳି ତୁଲାଇବେ ସେଥିପ୍ରତି ସମସ୍ତଙ୍କ ନଜର ରହିଛି । ଦୀର୍ଘ ଦିନ କଂଗ୍ରେସରେ ରହିବା ପରେ ୨୦୨୦ରେ ସେ ବିଜେପି ଯୋଗ ଦେଇଥିଲେ । ତାଙ୍କ ଯୋଗୁ ମଧ୍ୟପ୍ରଦେଶରେ ବିଜେପି ସରକାର ଗଠନ କରିବାରେ ସଫଳ ହୋଇଥିଲା ।

Leave A Reply

Your email address will not be published.