Latest Odisha News

BREAKING NEWS

‘ଆଦିପୁରୁଷ’ର ସୀତା ଭୂମିକାକୁ ପ୍ରତ୍ୟାଖାନ କରିଥିଲେ ଅନୁଷ୍କା

ମୁମ୍ବାଇ: ‘ରାମାୟଣ’ କାହାଣୀ ଆଧାରିତ ଫିଲ୍ମ ‘ଆଦିପୁରୁଷ’ ଶୁକ୍ରବାର ରିଲିଜ ହୋଇଯାଇଛି । ଏହି ଫିଲ୍ମ ରିଲିଜ୍ ହେଉ ହେଉ ଦେଖାଦେଇଛି ବିବାଦ । ଏଥିରେ ସାଉଥ ସୁପରଷ୍ଟାର ପ୍ରଭାସ ରାମ ଭୂମିକାରେ ଅଭିନୟ କରିଥିବା ବେଳେ ସୀତା ଭୂମିକାରେ ଅଭିନେତ୍ରୀ କ୍ରିତି ସାନନ ନଜର ଆସିଛନ୍ତି । କ୍ରିତି ସୀତାଙ୍କ ଲୁକ୍‌ରେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ହେଲେ ଏହି ଚରିତ୍ର ପାଇଁ କ୍ରିତିଙ୍କୁ ପସନ୍ଦ କରି ନ ଥିଲେ ନିର୍ମାତା । ତାଙ୍କ ପୂର୍ବରୁ ଆଉ ତିନିଜଣ ଅଭିନେତ୍ରୀଙ୍କୁ ସୀତା ଭୂମିକା ପାଇଁ ଅଫର ଦିଆଯାଇଥିଲା । ହେଲେ ସେମାନେ ଏହାକୁ ପ୍ରତ୍ୟାଖାନ କରି ଦେଇଥିଲେ । କିନ୍ତୁ ନିର୍ମାତାଙ୍କର ପ୍ରଥମ ପସନ୍ଦ ଥିଲେ ଅଭିନେତ୍ରୀ ଅନୁଷ୍କା ଶର୍ମା ।

ଅନୁଷ୍କା ‘ଆଦିପୁରୁଷ’ ସହିତ ବଲିଉଡ୍‌ରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଥିଲେ । ଏମିତି କି ଏହି ଚରିତ୍ରରେ ଅଭିନୟ କରିବା ପାଇଁ ଅନୁଷ୍କା ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କୁ ମଧ୍ୟ ଭେଟିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ କୌଣସି କାରଣକୁ ନେଇ ଅନୁଷ୍କା ଏହି ଅଫରକୁ ପ୍ରତ୍ୟାଖାନ କରି ଦେଇଥିଲେ । ଶେଷରେ ଅଭିନେତ୍ରୀ କିତ୍ରି ଏହି ଅଫରକୁ ଗ୍ରହଣ କରିଥିଲେ । ଏବେ ସୀତା ଭୂମିକାରେ ତାଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି ।

Leave A Reply

Your email address will not be published.